ତସଲିମାଙ୍କ ପ୍ରଶ୍ନ : ଶିକ୍ଷାନୁଷ୍ଠାନରେ ହିଜାବର କଣ ଆବଶ୍ୟକତା ରହିଛି ?

ହିଜାବକୁ ନେଇ ବିବାଦ ଥମୁନି । ଇତିମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଖ୍ୟାତ ବାଲାଂଦେଶୀ ଲେଖିକା ତସଲିମା ନସରିନ୍। ହିଜାବ୍, ବୁର୍ଖା ଅଥବା ନିକାବ୍ ଉତ୍ପୀଡ଼ନର ସଙ୍କେତ ବୋଲି ଏକ ଜାତୀୟସ୍ତରୀୟ ଟେଲିଭିଜନ୍ରେ ସାକ୍ଷାତ୍କାର ବେଳେ ତସଲିମା କହିଛନ୍ତି। ଶିକ୍ଷାନୁଷ୍ଠାନରେ ୟୁନିଫର୍ମ ଡ୍ରେସକୋଡ୍ ପ୍ରସ୍ତାବ ଉପରେ ତସଲିମା କହିଛନ୍ତି ଯେ, ଶିକ୍ଷାର ଅଧିକାରକୁ ମୁଁ ଧାର୍ମିକ ଅଧିକାର ଅର୍ଥରେ ବିଶ୍ୱାସ କରେ। ଶିକ୍ଷାନୁଷ୍ଠାନରେ ହିଜାବର କଣ ଆବଶ୍ୟକତା ରହିଛି ବୋଲି ତସଲିମା ପ୍ରଶ୍ନ କରିଛନ୍ତି। କିଛି ମୁସଲିମ ହିଜାବ ଆବଶ୍ୟକ ଆଉ କିଛି ହିଜାବ ଅନାବଶ୍ୟକ ବୋଲି ଭାବନ୍ତି।
କିନ୍ତୁ, ୭ମ ଶତାବ୍ଦୀରେ କେତେକ ନାରୀ-ବିରୋଧୀ ହିଜାବ୍ ପ୍ରଚଳନ କରିଥିଲେ। କାରଣ, ସେ ସମୟରେ ନାରୀମାନଙ୍କୁ ଯୌନ ସାମଗ୍ରୀରୂପେ ବିବେଚନା କରାଯାଉଥିଲା। ସେମାନଙ୍କର ମନେହେଉଥିଲା, ନାରୀମାନଙ୍କୁ ଦେଖିଲେ ପୁରୁଷମାନଙ୍କର ଯୌନଉଦ୍ଦୀପନା ଜାଗ୍ରତ ହେବ। ସେହି କାରଣରୁ ନାରୀମାନେ ହିଜାବ୍ ଅଥବା ବୁର୍ଖା ପିନ୍ଧିବେ। ସେମାନେ ପୁରୁଷମାନଙ୍କ ଦୃଷ୍ଟିରୁ ବର୍ତ୍ତି ରହିବା କଥା।
ସେ ଆହୁରି ମଧ୍ୟ କହିଛନ୍ତି, କିନ୍ତୁ, ୨୧ଶ ଶତାବ୍ଦୀର ଏଇ ଆଧୁନିକ ସମାଜରେ ଆମେ ଜାଣନ୍ତି ଯେ, ନାରୀମାନେ ମଧ୍ୟ ପୁରୁଷମାନଙ୍କ ପରି ମାନବଜାତି। ତେଣୁ, ହିଜାବ୍, ନିକବ୍ ବା ବୁର୍ଖା ହେଉଛି ଉତ୍ପୀଡ଼ନର ସଙ୍କେତ। ମୋ ବିଚାରରେ ବୁର୍ଖା ମହିଳାମାନଙ୍କ ଅସ୍ତିତ୍ବକୁ କବେଳ ଗୁପ୍ତାଙ୍ଗ ମଧ୍ୟରେ ସୀମାବଦ୍ଧ କରି ରଖୁଛି। ହିଜାବ୍ କୁହ କି, ନିକାବ୍ କୁହ ଅଥବା ବୁର୍ଖା ଉଭୟ ନାରୀ ଓ ପୁରୁଷମାନଙ୍କ ପାଇଁ ଅପମାନଜନକ। ଆମେ ଏକ ଧର୍ମନିରପେକ୍ଷତା ସମାଜରେ ସ୍କୁଲ ଏବଂ କଲେଜରେ ଧର୍ମନିରପେକ୍ଷତା ଡ୍ରେସ୍ କୋଡ୍ ହେବା ଉଚିତ ବୋଲି ତସଲିମା କହିଛନ୍ତି ।
Powered by Froala Editor