ହଲ୍ରେ ଚହଳ ସୃଷ୍ଟି କରିଛି ‘ମହାବତାର ନୃସିଂହ’

ଏକ ଆନିମେଟେଡ୍ ପୌରାଣିକ ଡ୍ରାମା ‘ମହାବତାର ନୃସିଂହ’ ଏବେ ସବୁ ସିନେମା ହଲ୍ କବ୍ଜା କରିନେଇଛି । ଅଶ୍ୱିନ କୁମାରଙ୍କ ନିର୍ଦ୍ଦେଶକ ଏହି ଆନିମେସନ୍ ଫିଲ୍ମ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି । ରିଲିଜ୍ର ମାତ୍ର ୧୦ ଦିନରେ ଫିଲ୍ମଟି ଦେଶରେ ୯୧.୨୫ କୋଟି ବ୍ୟବସାୟ କରିଛି । ନିର୍ମାତାଙ୍କ ଅନୁସାରେ, ଫିଲ୍ମଟି ଦେଶରେ ୧୦୫ କୋଟିରୁ ଅଧିକ ବ୍ୟବସାୟ କରିଛି, ଯାହା ମାଧ୍ୟମରେ ଭାରତରେ ଏପର୍ଯ୍ୟନ୍ତ ସର୍ବାଧିକ ଆୟ କରିଥିବା ଆନିମେଟେଡ୍ ଫିଲ୍ମ ହୋଇଛି ।
‘ସୈୟାରା’ ଭଳି ଫିଲ୍ମର ଦବ୍ଦବା ସତ୍ତ୍ୱେ ‘ମହାବତାର ନୃସିଂହ’ର ମ୍ୟାଜିକ୍ ଦର୍ଶକଙ୍କୁ ବିଭୋର କରିଛି । ଭଗବାନ ଶ୍ରୀବିଷ୍ଣୁଙ୍କ ନୃସିଂହ ଅବତାର ଓ ଭକ୍ତ ପ୍ରହ୍ଲାଦଙ୍କ ଭକ୍ତିର ଶକ୍ତିକୁ ଦର୍ଶକଙ୍କ ପାଖରେ ପହଞ୍ଚାଇବା ଏବଂ ଆନିମେସନ୍ ଜରିଆରେ ସେହି ଗଭୀର ଭାବକୁ ବଜାୟ ରଖିବାରେ ଫିଲ୍ମଟି ସଫଳ ହୋଇଛି ।
ଉଭୟ ୨ଡି ଓ ୩ଡି ଫର୍ମାଟ୍ରେ ଏବଂ ତେଲୁଗୁ, ତାମିଲ, କନ୍ନଡ଼, ମାଲାୟାଲମ୍ ଓ ହିନ୍ଦୀ ୫ ଭାଷାରେ ଫିଲ୍ମଟି ଡବ୍ ହୋଇଛି । ତେଲୁଗୁ ୩ଡି ସଂସ୍କରଣରେ ଫିଲ୍ମ ବଡ଼ ସଫଳତା ପାଇଛି, ଯାହା ୮୮.୯୪ ପ୍ରତିଶତ ଥିଏଟର ଉପରେ କବ୍ଜା କରିଛି । ଏହା ପରେ ୬୮.୩୦ ପ୍ରତିଶତ ଥିଏଟରରେ ଫିଲ୍ମର ହିନ୍ଦୀ ୩ଡି ସଂସ୍କରଣ ପ୍ରଦର୍ଶିତ ହୋଇଛି । ଏକାଧିକ ଭାଷାରେ ଡବ୍ ହେବା ଯୋଗୁ ଦେଶର ପ୍ରତ୍ୟେକ କୋଣର ଦର୍ଶକଙ୍କୁ ଫିଲ୍ମଟି ଆକର୍ଷିତ କରିଛି ।
Powered by Froala Editor