ଭୟଙ୍କର : ମାଡ଼ିଆସିଲା ପାଣି, ଭସାଇ ନେଲା ଗାଁ

ଉତ୍ତରାଖଣ୍ଡର ଉତ୍ତରକାଶୀରେ ବାଦଲ ଫାଟିବା ଯୋଗୁଁ ଗଙ୍ଗୋତ୍ରୀ ଧାମ ଏବଂ ମୁଖୱା ନିକଟରେ ଅବସ୍ଥିତ ଧରାଲି ଗାଁ ଭସାଇ ନେଇଥିଲା। ପାହାଡ଼ରୁ ତଳିଆ ଅଞ୍ଚଳ ଆଡକୁ ଦ୍ରୁତ ବେଗରେ ପାଣି ପ୍ରବାହିତ ହେବାରୁ ଅନେକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଭୂସ୍ଖଳନରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରଖଛନ୍ତି ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ୍ ।
ଉତ୍ତରକାଶୀ ଜିଲ୍ଲା ମାଜିଷ୍ଟ୍ରେଟ ପ୍ରଶାନ୍ତ ଆର୍ଯ୍ୟ କହିଛନ୍ତି ଯେ, ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୪ଜଣଙ୍କର ମୃତ୍ୟୁ ହୋଇଛି ଏବଂ ସମ୍ପତ୍ତିର ବହୁତ କ୍ଷତି ହୋଇଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ୫୦ରୁ ଅଧିକ ଲୋକ ନିଖୋଜ ଥିବା ଜଣାପଡ଼ିଛି। ଏବେ ବି ବର୍ଷା ଲାଗି ରହିଥିବାରୁ ପୁଣି ଥରେ ବାଦଲ ଫାଟି ବନ୍ୟା ଆସିବାର ଆଶଙ୍କା ରହିଛି।
ମଙ୍ଗଳବାର ଦ୍ବିପ୍ରହରେ ପ୍ରାୟ ୧ଟା ୪୫ ମିନିଟ ସମୟରେ ଏହି ଘଟଣା ଘଟିଥିଲା । ଘଟଣାର ଅନେକ ଫଟୋ ଓ ଭିଡିଓ ସାମ୍ନାକୁ ଆସୁଛି । ମାତ୍ର ୩୪ ସେକେଣ୍ଡରେ ସମ୍ପୂର୍ଣ୍ଣ ଗାଁ ପାଣିରେ ବହିଯାଇଛି । ବର୍ତ୍ତମାନ ସୁଦ୍ଧା ୫୦ରୁ ଅଧିକ ଲୋକ ନିଖୋଜ ଥିବା ଜଣାପଡିଛି ।
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଟ୍ୱିଟରରେ ଏକ ପୋଷ୍ଟ କରି କହିଛନ୍ତି, 'ଧରାଲି (ଉତ୍ତରକାଶୀ) ଅଞ୍ଚଳରେ ବାଦଲ ଫାଟିବା ଯୋଗୁଁ ହୋଇଥିବା ପ୍ରବଳ କ୍ଷୟକ୍ଷତିର ଖବର ଅତ୍ୟନ୍ତ ଦୁଃଖଦ ଏବଂ ଯନ୍ତ୍ରଣାଦାୟକ। ଏସଡିଆରଏଫ୍, ଏନଡିଆରଏଫ୍, ଜିଲ୍ଲା ପ୍ରଶାସନ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ଦଳ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ନିୟୋଜିତ ଅଛନ୍ତି।'
Powered by Froala Editor