ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୮ଗିରଫ

ଭୁବନେଶ୍ୱର: ରାଜ୍ୟରେ ଚାରିଆଡେ ନିର୍ବାଚନୀ ମାହୋଲ । ସରଗରମ୍ ହୋଇଛି ରାଜନୈତିକ ମଇଦାନ । ବିଭିନ୍ନ ଦଳର ନେତା , ପ୍ରାର୍ଥୀ ଓ କର୍ମୀମାନେ କିପରି ବାଜି ଜିତିବେ, ଏଥିପାଇଁ ପ୍ରାଣପ୍ରଣେ ଚେଷ୍ଠା କରୁଛନ୍ତି । ଗତକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଥିଲା । କିପରି ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ହେବ, ଏଥିପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।
କିନ୍ତୁ ଗତକାଲି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୟରପଂଚାୟତ ନିର୍ବାଚନ ସଂପର୍କିତ ଖବର ସଂଗ୍ରହ ରିବାକୁ ଯାଇଥିବାବେଳେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଛି । ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଗଡିଶାଗଦା ଥାନାର ଆଇଆଇସି ନାରାୟଣ ଲେଙ୍କା ।
ଅଭିଯୋଗ ଆଧାରରେ ବିଭିନ୍ନ ସ୍ଥାନରେ ଚଢାଉ କରି ସାକ୍ଷୀ, ପ୍ରମାଣକୁ ଭିତ୍ତି କରି ଏମାନଙ୍କୁ ଗିରଫ କରାଯାଇଛି । ଏମାନେ ହେଲେ ସତ୍ୟପ୍ରିୟ ମହାରାଣା, ବିଜୟ ସ୍ୱାଇଁ, ସୁବାସ ମାଝୀ, ନିକୁଞ୍ଜ ସ୍ୱାଇଁ, ଉତମ ଭୂଜବଳ, ଅଜୟ ବାରିସାଲ, ବିଦ୍ୟାଧର ସ୍ୱାଇଁ ଓ ବ୍ରଜବନ୍ଧୁ ସ୍ୱାଇଁ । ଏଥିସହ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ମୋବାଇଲ ଫୋନ୍, ୨ଟି ବୁମ୍, ଲାଇଭ ଟେଲିକାଷ୍ଟ ଉପକରଣ, ତାର ବଣ୍ଡଲ ଆଦି ଜବତ କରାଯାଇଛି ।
ରିପୋର୍ଟର ସୁମନ୍ତ ସୁନ୍ଦରାୟ, କ୍ୟାମେରାମ୍ୟାନ୍ ଚିତନ ସ୍ୱାଇଁ ଏବଂ ରିପୋର୍ଟର ସରୋଜ ଓ ତାଙ୍କ କ୍ୟାମେରାମ୍ୟାନ୍ ଆକ୍ରମଣର ଶିକାର ହୋଇଥିଲେ । ଆକ୍ରମଣକାରୀମାନେ କ୍ୟାମେରା ସହ ଉଭୟଙ୍କ ମୋବାଇଲ ଓ ଲାଇଭ ଭିଜୁଆଲ ପ୍ରସାରଣ ସଂରଞ୍ଜାମକୁ ଭାଙ୍ଗିବା ସହ ଛଡାଇ ନେଇଥିଲେ । ଧରା ପଡିଥିବା ଅଭିଯୁକ୍ତଙ୍କ ବିରୋଧରେ ଆପିସିର ବିଭିନ୍ନ ସଂଗୀନ ଦଫା ଲଗାଇଛି ପୋଲିସ । ଏମାନଙ୍କୁ ଖୁବଶୀଘ୍ର କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।
Powered by Froala Editor