୪ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼
କଣାସ: ବହୁ ପ୍ରତୀକ୍ଷିତ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ୟ୍ୟାୟରେ ମତଦାନ ଆରମ୍ଭ ହୋଇଯାଇଛି । ଆଜି ସକାଳ ୭ଟାରୁ ପ୍ରଥମ ପର୍ୟ୍ୟାୟରେ ୧୬୬୯ଟି ପଞ୍ଚାୟତରେ ଭୋଟ ଗ୍ରହଣ କରାଯାଉଛି । ରାଜ୍ୟର ୨୨ ହଜାର ୩୭୯ଟି ବୁଥରେ ଏହି ଭୋଟ ଗ୍ରହଣ କରାଯାଉଛି । ରାଜ୍ୟର ୩୦ଟି ଜିଲ୍ଲାର ୨ଶହ ଜିଲ୍ଲା ପରିଷଦ ଜୋନ୍ରେ ମତଦାନ ହେବ । ଏଥି ପାଇଁ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ସମେତ ୭୨୬ ଜଣ ପ୍ରାର୍ଥୀ ନିର୍ବାଚନୀ ପଡ଼ିଆରେ ଅବତୀର୍ଣ୍ଣ ହୋଇଛନ୍ତି ।
ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ପୁରୀ ଜିଲ୍ଲା କଣାସ ବ୍ଲକ ବଢାଳ ପଞ୍ଚାୟତରେ ଭୋଟ ଗ୍ରହଣ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଦୁଇ ବୈଦୁ୍ୟତିକ ଗଣାମଧ୍ୟମର ୪ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।
Powered by Froala Editor