୩ଟି ବୁଥରେ ମତଦାନ ବନ୍ଦ
ଯାଜପୁର: ବହୁ ପ୍ରତୀକ୍ଷିତ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ୟ୍ୟାୟରେ ମତଦାନ ଆରମ୍ଭ ହୋଇଯାଇଛି । ଆଜି ସକାଳ ୭ଟାରୁ ପ୍ରଥମ ପର୍ୟ୍ୟାୟରେ ୧୬୬୯ଟି ପଞ୍ଚାୟତରେ ଭୋଟ ଗ୍ରହଣ କରାଯାଉଛି । ରାଜ୍ୟର ୨୨ ହଜାର ୩୭୯ଟି ବୁଥରେ ଏହି ଭୋଟ ଗ୍ରହଣ କରାଯାଉଛି । ରାଜ୍ୟର ୩୦ଟି ଜିଲ୍ଲାର ୨ଶହ ଜିଲ୍ଲା ପରିଷଦ ଜୋନ୍ରେ ମତଦାନ ହେବ । ଏଥି ପାଇଁ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ସମେତ ୭୨୬ ଜଣ ପ୍ରାର୍ଥୀ ନିର୍ବାଚନୀ ପଡ଼ିଆରେ ଅବତୀର୍ଣ୍ଣ ହୋଇଛନ୍ତି । ମତଦାନ ଦିନ ୧ଟା ଯାଏଁ ଜାରି ରହିବ ।
ତେବେ ଜଣେ ଅନ୍ୟ ଜଣଙ୍କ ନାମରେ ଓ ବଳପୂର୍ବକ ଭୋଟ ଦେବାକୁ ନେଇ ଗଣ୍ଡଗୋଳ ହୋଇଛି । ଫଳରେ ଯାଜପୁରର ୩ଟି ବୁଥରେ ଭୋଟିଂ ବନ୍ଦରହିଥିବା ଜଣାଯାଇଛି । ଦେଓଦା ପଞ୍ଚାୟତର ୬ ଓ ୭ ନଂ ବୁଥରେ ମତଦାନ ବନ୍ଦ ରହିଛି । ସେହିପରି ଅରାବଳ ପଞ୍ଚାୟତ ଅନ୍ତର୍ଗତ ୮ ନମ୍ବର ବୁଥରେ ମଧ୍ୟ ମତଦାନ ବନ୍ଦ ରହିଛି ।
ଅନ୍ୟପକ୍ଷରେ ରାଜ୍ୟରେ ଦିନ ୧୧ଟା ସୁଦ୍ଧା ୩୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ଏନେଇ ନିର୍ବାଚନ କମିଶନଙ୍କ ସଚିବ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ୩୦ଟି ଜିଲ୍ଲାର ୭୧ ବ୍ଲକରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି । ଦିନ ୧ଟା ସୁଦ୍ଧା ବୁଥକୁ ପହଞ୍ଚିଥିବା ଭୋଟର ମତଦାନ କରିପାରିବେ ବୋଲି ନିର୍ବାଚନ କମିଶନଙ୍କ ସଚିବ କହିଛନ୍ତି ।
Powered by Froala Editor