ଭୋଟ୍ ଦେଲେ ଉପବାଚସ୍ପତି

ଅନୁୁଗୁଳ: ଆରମ୍ଭ ହୋଇଛି ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ୟ୍ୟାୟ ମତଦାନ । ସକାଳୁ ସକାଳୁ ଅନୁୁଗୁଳର ବିଭିନ୍ନ ବୁଥରେ ମତଦାନ କରୁଛନ୍ତି ମତଦାତା । ଗଣତନ୍ତ୍ରର ଏହି ମହାପର୍ବରେ ଓଡିଶା ବିଧାନସଭା ଉପ-ବାଚସ୍ପତି ରଜନୀକାନ୍ତ ସିଂ ମଧ୍ୟ ସାମିଲ ହୋଇଛନ୍ତି । ଉପବାଚସ୍ପତି ନିଜ ଗାଁ ଅନୁଗୋଳ ସ୍ଥିତ ଗୋତମରାରେ ଭୋଟ୍ ଦେଇଛନ୍ତି ।
ଆଜି ଅନୁୁଗୁଳ ଜିଲ୍ଲାର ଦୁଇଟି ବ୍ଲକରେ ପ୍ରଥମ ପର୍ୟ୍ୟାୟ ମତଦାନ ଚାଲିଛି । ଉପବାଚସ୍ପତି ରାଜନୀକାନ୍ତି ସିଂ ନିଜ ଗାଁ ଗୋତମରା ସ୍କୁଲରେ ହୋଇଥିବା ୭ ନମ୍ବର ବୁଥରେ ସକାଳ ପ୍ରାୟ ସାଢ଼େ ୭ଟାରେ ନିଜ ପତ୍ନୀଙ୍କ ସହ ଯାଇ ମତସାବ୍ୟସ୍ତ କରିଥିବାର ଦେଖାଯାଇଛି । ଏହି ବୁଥରେ ପ୍ରବଳ ଭିଡ ହୋଇଥିଲା । ଲୋକେ ସକାଳୁ ସକାଳୁ ଭୋଟ ଦେବାକୁ ଲମ୍ବା ଲାଇନ ଲଗାଇଥିଲେ । ଉପବାଚସ୍ପତି ମଧ୍ୟ ନିଜେ ଲାଇନରେ ଠିଆ ହୋଇ ରହିଥିଲେ । ଗୋତମରା ସ୍କୁଲରେ ୮ଟି ବୁଥ୍ କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ ଭୋଟିଂ ଚାଲିଛି ।
ଅନ୍ୟପକ୍ଷରେ ରାଜ୍ୟରେ ଦିନ ୧୧ଟା ସୁଦ୍ଧା ୩୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ଏନେଇ ନିର୍ବାଚନ କମିଶନଙ୍କ ସଚିବ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ୩୦ଟି ଜିଲ୍ଲାର ୭୧ ବ୍ଲକରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି । ଦିନ ୧ଟା ସୁଦ୍ଧା ବୁଥକୁ ପହଞ୍ଚିଥିବା ଭୋଟର ମତଦାନ କରିପାରିବେ ବୋଲି ନିର୍ବାଚନ କମିଶନଙ୍କ ସଚିବ କହିଛନ୍ତି ।
Powered by Froala Editor