ପୁଣି ବାଗଚୀ ଦମ୍ପତିଙ୍କ ବଡ଼ ପଣ:ବାଗଚୀ- ପାର୍ଥସାରଥି ହସ୍ପିଟାଲ ପାଇଁ ୪୨୫ କୋଟି ଟଙ୍କା ଦାନ

ଭୁବନେଶ୍ୱର: ପୁଣି ବାଗଚୀ ଦମ୍ପତିଙ୍କ ବଡ଼ ପଣ । ଓଡ଼ିଶା ପରେ ବେଙ୍ଗାଲୁରୁରେ ବାଗଚୀ ଦମ୍ପତିଙ୍କ ଚର୍ଚ୍ଚା । ବାଗଚୀ- ପାର୍ଥସାରଥି ହସ୍ପିଟାଲ ପାଇଁ ୪୨୫କୋଟି ଟଙ୍କା ଦାନ କରିଛନ୍ତି ସୁଶ୍ମିତା ବାଗଚୀ ଓ ସୁବ୍ରତ ବାଗଚୀ । ପାର୍ଥସାରଥିଙ୍କ ସହ ମିଶି ନିର୍ମାଣ କରିବେ ବିଶ୍ୱସ୍ତରୀୟ ଚିକିତ୍ସା ବିଜ୍ଞାନ ଗବେଷଣା କେନ୍ଦ୍ର । ସେପଟେ ମେଡିକାଲରେ ରହିବ ୮୦୦ ବେଡ ଏବଂ ହସ୍ପିଟାଲର ନାଁ ରହିବ ବାଗଚୀ-ପାର୍ଥସାରଥି ହସ୍ପିଟାଲ ।ଓଡ଼ିଶାର ଲୋକଙ୍କ କୋଭଡ ବିପତ୍ତି ବେଳେ ସତର୍କ ଏବଂ ସାବଧାନ କରାଇଥିବା ସୁବ୍ରତ ବାଗଚୀ, ଓ଼ଡିଶାରେ କ୍ୟାନସର ମେଡିକାଲ ନିର୍ମାଣ ପାଇଁ ପୂର୍ବରୁ ୩୪୦ କୋଟି ଟଙ୍କା ଦାନ କରିଥିଲେ । ଓଡିଶାରେ ବିଶ୍ୱସ୍ତରୀୟ କ୍ୟାନସର ହସ୍ପିଟାଲ ଓ ପାଲିଆଟିଭ୍ କେୟାର ସେଂଟର ପ୍ରତିଷ୍ଠା ପାଇଁ ଏହି ଅର୍ଥ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ । ଏବେ ପୁଣି ଥରେ ବାଗଚୀ ଦମ୍ପତିଙ୍କୁ ମିଳିଛି ବାହବା । ସଞ୍ଚିତ ଅର୍ଥରେ ନିର୍ମାଣ କରିବେ ବିଶ୍ୱ ସ୍ତରୀୟ ଗବେଷଣା କେନ୍ଦ୍ର । ଏନେଇ ସୂଚନା ଦେଇଛନ୍ତି ନିଜେ ସୁସ୍ମିତା ବାଗଚୀ ।
Powered by Froala Editor