ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ତେଲ ବୋହିନେଲେ ଲୋକେ

ଡିଭାଇଡରରେ ପିଟି ହୋଇ ଓଲଟି ପଡିଛି ପେଟ୍ରୋଲ ବୋଝେଇ ଟ୍ୟାଙ୍କର । ଏ ଦୁର୍ଘଟଣା ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ-ବାଣପୁର ଓଭରବ୍ରିଜ୍ ନିକଟ ଅଲାଇଡିହ ଛକ ନିକଟରେ ଘଟିଛି । ତେବେ ଦୁର୍ଘଟଣା ପରେ ଟ୍ୟାଙ୍କର ଲିକେଜ ହୋଇ ରାସ୍ତାରେ ପେଟ୍ରୋଲ ଭାସିଥିଲା । ଏହାକୁ ଦେଖି ଯି’ଏ ପାରିଲା ସି’ଏ ବଟଲ୍-ଜାରକିନ୍ ଧରି ପେଟ୍ରୋଲ୍ ବୋହି ନେଉଥିବା ଦେଖିବାକୁ ମିଳିଛି ।
ଘଟଣା ସ୍ଥଳରେ ବାଣପୁର ପୋଲିସ ପହଞ୍ଚି ତଦାରଖ କରୁଛନ୍ତି । ଦମକଳ ବାହିନୀ ପହଞ୍ଚିଛନ୍ତି । ଦୁର୍ଘଟଣାରେ ଟ୍ୟାଙ୍କର ଗାଡିର ହେଲପର୍ ସାମାନ୍ୟ ଆହତ ହୋଇଛନ୍ତି । ଏହାର ଲିକେଜ୍ ( ଟ୍ୟାଙ୍କର ଗାଡି ର ) କିଭଳି ବନ୍ଦ କରାଯିବ ଏବଂ କାଳେ କୌଣସି ବଡ ଅଘଟଣ ଘଟିବ ସେଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ଦେବା ସହିତ ବିକଳ୍ପ ପନ୍ଥା ଆପଣେଇବା ପାଇଁ ବାଣପୁର ପୋଲିସ ବନ୍ଦୋବସ୍ତ କରୁଥିବା ବାଲୁଗାଁ SDPO ସୂଚନା ଦେଇଛନ୍ତି ।
ସୂଚନା ଯେ, ପାରାଦୀପରୁ ଛତ୍ରପୁର ଅଭିମୁଖେ ଏହି ପେଟ୍ରୋଲ ଟ୍ୟାଙ୍କର ଯାଉଥିଲା । ଡ୍ରାଇଭରର ବେପାରୁଆ ଗାଡି ଚାଳନା ଯୋଗୁଁ ରୋଡ୍-ଡିଭାଇଡରରେ ଧକ୍କା ହୋଇ ପେଟ୍ରୋଲ ଟ୍ୟାଙ୍କର ଓଲଟି ପଡିଥିଲା ।
Powered by Froala Editor