ହ୍ୱାଟସଆପ୍ ଷ୍ଟାଟସ୍ ଅପଡେଟ୍କୁ ନେଇ ହତ୍ୟା
ହ୍ୱାଟସଆପ୍ ଷ୍ଟାଟସ୍ ଅପଡେଟ୍କୁ ନେଇ ମହାରାଷ୍ଟ୍ର ପାଲଘର ଜିଲ୍ଲାରେ ଘଟିଛି ହତ୍ୟାକାଣ୍ଡ । ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିିଛି । ଫେବ୍ରୁଆରୀ ୧୦ରେ ପ୍ରୀତିପ୍ରସାଦ(୨୦) ନାମକ ଜଣେ ଯୁବତୀ ତାଙ୍କ ହ୍ୱାଟସଆପ୍ ରେ ଏକ ଷ୍ଟାଟସ୍ ଅପଡେଟ୍ କରିଥିଲେ। ଯାହାକୁ ନେଇ ତାଙ୍କ ପଡ଼ୋଶୀ ବାନ୍ଧବୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।
ପରେ ପଡ଼ୋଶୀ ବାନ୍ଧବୀ ତାଙ୍କ ମା ଏବଂ ଭାଇ ପ୍ରୀତିପ୍ରସାଦଙ୍କ ଘରକୁ ଯାଇଥିବା ବେଳେ ସେଠାରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟିଥିଲା। ଏହି ସମୟରେ ପ୍ରୀତିପ୍ରସାଦଙ୍କ ମା ଲିଳାବତୀ ଦେବୀ ଗୁରୁତର ହୋଇଥିଲେ। ପରେ ତାଙ୍କୁ ସଙ୍ଗେ ସଙ୍ଗେ ହସପିଟାଲ ନିଆଯାଇଥିଲା। କିନ୍ତୁ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଛି। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ପୁଲିସ ୩୦୪ ଦଫା ଲଗାବା ସହ ସମ୍ପୃକ୍ତ ନାବାଳିକା ସହ ତାଙ୍କ ପରିବାରର ଆଉ ୨ ଜଣଙ୍କୁ ଗରଫ କରିଛି।
Powered by Froala Editor