ବ୍ୟାନ୍ ହେଲା ୫୪ ଚାଇନିଜ୍ ଆପ୍

ନୂଆଦିଲ୍ଲୀ: ପୁଣି ଥରେ ଚାଇନା ଉପରେ ଏକ ଶକ୍ତ ପ୍ରହାର । ଆଉ ୫୪ଟି ଚାଇନିଜ୍ ଆପକୁ ବ୍ୟାନ କରଛି ଭାରତ । ବ୍ୟାନ ହୋଇଥିବା ଆପ୍ ମଧ୍ୟରେ ସୁଇଟ ସେଲ୍ଫି ଏଚଡି, ବିଉଟି କ୍ୟାମେରା-ସେଲ୍ଫି କ୍ୟାମେରା ଆପ୍, ଆପଲକ୍, ଇକୁ୍ୟଲାଇଜର୍ ଓ ବାସ୍ ବୁଷ୍ଟର, ଡୁଆଲ ସ୍ପେସ୍ ଲାଇଟ୍, କ୍ୟାମ କାର୍ଡ, ଭାଇଭା ଭିଡିଓ ଏଡିଟର ଇତ୍ୟାଦ ରହିଛିି ।
ପୂର୍ବରୁ ମଧ୍ୟ ଅନେକ ଚାଇନିଜ୍ ଆପ ବ୍ୟାନ କରିଥିଲେ କେନ୍ଦ୍ରସରକାର । ସୂଚନା ଅନୁସାରେ ଭାରତରେ ୨୦୨୦ ମସିହାରୁ ୨୭୦ଟି ଆପ୍ ଉପରେ ନିଷେଧାଦେଶ ଲାଗିଛି । ଭାରତୀୟଙ୍କ ଗୋପନୀୟତା ତଥା ସୁରକ୍ଷା ପ୍ରତି ବିପଦ ବୋଲି କହି କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଏହି ଆପ୍ ଗୁଡିକ ମଧ୍ୟରୁ ଅନେକ ଟେନସେଣ୍ଟ, ଆଲିବାବା ଏବଂ ଗେମିଂ ଫାର୍ମ ପରି ବୃହତ ଚାଇନିଜ ଟେକ୍ନାଲୋଜି ସଂସ୍ଥାଗୁଡିକର ବୋଲି ଜଣାପଡିଛି ।
Powered by Froala Editor