ଏଥର ପୌର ଭୋଟରେ ରହିବ ‘ନୋଟା’

ଭୁବନେଶ୍ୱର: ଏଥର ପୌର ଭୋଟରେ ରହିବ ‘ନୋଟା’ । ଅର୍ଥାତ କୌଣସି ପ୍ରାର୍ଥୀ ପସନ୍ଦ ନଥିଲେ ଇମିଏମରେ ଥିବା ନୋଟା (ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ କେହି ନୁହଁନ୍ତି ଚିହ୍ନ) ବଟନକୁ ଚିପି ନିଜ ମତ ଜଣାଇପାରିବେ ମତଦାତା । ଆଗାମୀ ପୌର ନିର୍ବାଚନରେ ପ୍ରଥମ କରି ନୋଟା ବ୍ୟବସ୍ଥା ଲାଗୁ ହେବ ।
ସମ୍ବିଧାନର ଧାରା ୨୪୩ ଜେଡଏ ଅନୁଯାୟୀ ଏହି ବ୍ୟବସ୍ଥାକୁ ପୌର ନିର୍ବାଚନରେ କାର୍ଯ୍ୟକ୍ଷମ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର । ପୂର୍ବରୁ ବିଧାନସଭା ଓ ଲୋକସଭା ନିର୍ବାଚନରେ ‘ନୋଟା’ ବ୍ୟବସ୍ଥା ଥିବା ବେଳେ ଏବେ ପୌର ଭୋଟରେ ପ୍ରଥମ କରି ଏହାକୁ ଲାଗୁ କରାଯିବ । ବର୍ତ୍ତମାନ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରକି୍ରୟା ଚାଲିଛି । ପଞ୍ଚାୟତ ନିର୍ବାଚନ ସରିବା ପରେ ରାଜ୍ୟରେ ପୌର ଭୋଟ ହେବ । ସମ୍ଭବତଃ ଏପି୍ରଲରେ ପୌର ଭୋଟ ହେବା ସମ୍ଭାବନା ରହିଛି । ପୌର ଭୋଟ ନେଇ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇଥିବା ବେଳେ ଗତକାଲି ସର୍ବଦଳୀୟ ବୈଠକ କରିଥିଲେ ନିର୍ବାଚନ କମିଶନର ।
Powered by Froala Editor