ଓଡିଶା ହାଇକୋର୍ଟ ପାଇଁ ତିନି ନୂଆ ବିଚାରପତିଙ୍କୁ ନିଯୁକ୍ତି

କଟକ: ଓଡିଶା ହାଇକୋର୍ଟ ପାଇଁ ତିନି ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିଛି । କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ହାଇକୋର୍ଟର ୪ ଜଣ ଆଇନଜୀବୀଙ୍କ ନାମକୁ ସୁପାରିଶ କରିଥିଲେ ସୁପ୍ରିମକୋର୍ଟଙ୍କ କଲେଜିୟମ ।
ଗତ ୨୯ ତାରିଖ କଲେଜିୟମ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିଲା। ହାଇକୋର୍ଟ ବିଚାରପତି ପାଇଁ ଆଇନଜୀବୀ ଭି ନରସିଙ୍ଗ, ଆଇନଜୀବୀ ବିରଜା ପ୍ରସନ୍ନ ଶତପଥି ଓ ଆଇନଜୀବୀ ଶ୍ରୀରମଣ ମୁରାହରିଙ୍କ ନାମରେ ମୋହର ମାରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରାଳୟ।ଓଡିଶା ହାଇକୋର୍ଟରେ ଏବେ ୧୮ ଜଣ ବିଚାରପତି ଅଛନ୍ତି। ଓଡିଶା ହାଇକୋର୍ଟଙ୍କ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ହେଉଛି ୩୩ । ନୂଆ ୩ ଜଣ ବିଚାରପତିଙ୍କୁ ମିଶାଇ ଓଡିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୧ରେ ପହଞ୍ଚିବ।
Powered by Froala Editor