ଦ୍ରୁତ ଗତିରେ କମୁଛି ସଂକ୍ରମଣ, ତଥାପି ସତର୍କ ରହିବାକୁ ସ୍ୱାସ୍ଥ୍ୟ ସଂଗଠନର ସୂଚନା

ଦ୍ରୁତ ଗତିରେ କମୁଛି କରୋନା ସଂକ୍ରମଣ । ଏନେଇ ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଜାନୁଆରି ୨୪ରେ ଦେଶର ହାରାହାରି ସଂକ୍ରମଣ ହାର ୨୦.୭୫ ପ୍ରତିଶତ ଥିବାବେଳେ ଏବେ ତାହା ୪.୪୪ ପ୍ରତିଶତକୁ କମିଆସିଛି । ଏହା ଦର୍ଶାଉଛି ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଇଛି ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସଚିବ ଲବ ଅଗ୍ରଓ୍ବାଲ ।
୪ଟି ରାଜ୍ୟ କେରଳ, ତାମିଲନାଡ଼ୁ, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ୫୦ ହଜାରରୁ ଅଧିକ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ସେହିପରି ୧୧ଟି ରାଜ୍ୟରେ ୧୦ ହଜାରରୁ ୫୦ ହଜାର ମଧ୍ୟରେ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।
ଏହି ଅବସରରେ ନିତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡ.ଭି.କେ.ପଲ କହିଛନ୍ତି ଯେ ଦେଶରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ ରହିଛି ଓ ଏହା ଆଶାର ସଂଚାର କରିଛି । କିନ୍ତୁ କେରଳ, ମିଜୋରାମ ଓ ହିମାଚଳ ପ୍ରଦେଶରେ ସ୍ଥିତି ଏବେ ବି ଚିନ୍ତାଜନକ ରହିଛି । ଏଣୁ ଆମେ ସତର୍କତାକୁ କମାଇପାରିବା ନାହିଁ ।
Powered by Froala Editor