ପାରିବାରିକ କଳହ: ସ୍ତ୍ରୀ ଛୁରା ମାଡ଼ରେ ସ୍ୱାମୀ ମୃତ
ଆଠଗଡ଼ : ପାରିବାରିକ କଳହର କରୁଣ ପରିଣତି । ସ୍ୱାମୀଙ୍କୁ ହତ୍ୟା କରିଛନ୍ତି ଦ୍ୱିତୀୟ ପନôୀ । ଏଭଳି ସ୍ପର୍ଶକାତର ଘଟଣା ଘଟିଛି ଆଠଗଡ଼ ଏନ୍ଏସି ଅନ୍ତର୍ଗତ ୪ ନମ୍ବର ୱାର୍ଡ ହରିଜନ ସାହିରେ । ହରିଜନ ସାହିର ଅରକ୍ଷୀତ ନାଏକଙ୍କ ପୁଅ ମଙ୍ଗୁଳି (୩୫)ଙ୍କ ପ୍ରଥମ ପନôୀ ମାମି ନାଏକ ଥିଲାବେଳେ ୪ ବର୍ଷ ତଳେ ସେ ସ୍ୱାମୀ ପରିତ୍ୟକ୍ତା ରୀନା ନାୟକଙ୍କୁ ପ୍ରେମ ବିବାହ କରିଥିଲେ । ମଙ୍ଗୁଳି, ତାଙ୍କ ଦୁଇ ପନôୀ ମାମି ଓ ରୀନା ଏକା ଜାଗାରେ ରହୁଥିବାରୁ ସେମାନଙ୍କ ମଧ୍ୟରେ ପ୍ରାୟତଃ ପାରିବାରିକ କଳହ ଲାଗି ରହୁଥିଲା । ଗତକାଲି ସକାଳୁ ଏକ ବିବାହ ଉତ୍ସବରେ ଯୋଗଦେବାକୁ ନେଇ ଦୁଇ ସଉତୁଣୀଙ୍କ ମଧ୍ୟରେ କଳି ଲାଗିଥିଲା । ଏହି ସମୟରେ ମଦ ପିଇ ନିଶାସକ୍ତ ଅବସ୍ଥାରେ ମଙ୍ଗୁଳି ଘରେ ପହଞ୍ଚିଥିଲେ ।
ଦୁଇ ସଉତୁଣୀଙ୍କ ବିବାଦର ସମାଧାନ କରିବାକୁ ଯାଇ ମଙ୍ଗୁଳି ଓ ତାଙ୍କ ମା’ ରେବା ଦେଈ କ୍ଷତାକ୍ତ ହୋଇଥିଲେ । ଉତ୍କ୍ଷିପ୍ତ ହୋଇ ମଙ୍ଗୁଳି ଏକ ଛୁରିରେ ରୀନାଙ୍କୁ ଆକ୍ରମଣ କରିଥିଲେ । ଯେଉଁଥିରେ ରୀନାଙ୍କ ହାତ ଓ ବେକରେ କ୍ଷତ ସୃଷ୍ଟି ହୋଇଥିଲା । ଏଥିରୁ ବର୍ତ୍ତିବା ପାଇଁ ରୀନା, ମଙ୍ଗୁଳି ହାତରୁ ଛୁରି ଛଡ଼ାଇ ନେଇ ପ୍ରତି ଆକ୍ରମଣ କରିଥିଲା । ଫଳରେ ମଙ୍ଗୁଳିଙ୍କ ପେଟ ଓ ବେକରେ କ୍ଷତ ହେବାସହ ସେ ଗୁରୁତର ହୋଇପଡ଼ିଥିଲେ । ଆଠଗଡ଼ ପୁଲିସ ମଙ୍ଗୁଳିଙ୍କୁ ଆଠଗଡ଼ ଡାକ୍ତରଖାନାଙ୍କୁ ନେଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମଙ୍ଗୁଳିଙ୍କ ପ୍ରଥମ ପନôୀ ମାମି ନାଏକ ଆଠଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ରୀନା ନାଏକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ପରେ ସନ୍ଧ୍ୟାରାଣୀ ଭୂୟାଁଙ୍କ ନେତୃତ୍ୱରେ ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳରେ ଛାନଭିନ୍ ସହ ହତ୍ୟାରେ ବ୍ୟବହୃତ ଛୁରିକୁ ଜବତ କରିଛି ।
Powered by Froala Editor