ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ
ସମ୍ବଲପୁର: ଆଜି ପୁଣି ଭିଜିଲାନ୍ସ ଜାଲରେ ଫଶିଛନ୍ତି ସରକାରୀ ବାବୁ । ସମଲେଶ୍ୱରୀ ମିଲ୍କ ୟୁନିୟନର ଡିଜିଏମ୍ କିଶୋର କୁମାର ନାଏକଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ କରାଯାଉଛି । ସାକ୍ଷୀପଡା ବାସଭବନ ସହିତ ପୁରୀ ଜିଲ୍ଲା ଡେଲାଙ୍ଗରେ ଥିବା ଘର, ଭୁବନେଶ୍ୱରରେ ଥିବା ଆପାର୍ଟମେଣ୍ଟ ଓ ସମ୍ବଲପୁର ସ୍ଥିତ ସରକାରୀ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ଜାରି ରହିଛି ।
ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ଚାଲିଥିବା ଭିଜିଲାନ୍ସ ପକ୍ଷରୁ ପ୍ରାଥମିକ ସୂଚନା ଦେଇଛନ୍ତି । ରେଡ୍ ସମୟରେ ପୁଳା ପୁଳା ଟଙ୍କା ଓ ସୁନାଗହଣା ଦେଖିବାକୁ ମିଲିଥିଲା । କିଶୋର ପ୍ରକୃତରେ କେତେ ଆୟ କରୁଥିଲେ ଓ ତାଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ କେତେ ସ୍ଥାବର ଓ ଅସ୍ଥାବର ସମ୍ପତି ରହିଛି ତାର ଖୋଳତାଡ଼ କରୁଛି ପୋଲିସ ।
ମୋଟ ଚାରିଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ କରାଯାଉଛି । ସମୁଦାୟ ଚଢ଼ାଉ ସରିବା ପରେ କେତେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ହୋଇଛି ତାହା ସ୍ପଷ୍ଟ ହେବ।
Powered by Froala Editor