Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, March 10, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଗ୍ୟାସ୍ ମୂଲ୍ୟ ବୃଦ୍ଧି: ବୈକୁଣ୍ଠ ଧାମ ...

  • ପୃଥ୍ୱୀ ଶ’-ଆକୃତିଙ୍କ ନିର୍ବନ୍ଧ ଫଟୋ ...

  • ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ, ଭାରତରେ ତେଲ ...

  • ସତର୍କ କରାଇଲା ଆଇଏମ୍‌ଏଫ୍ : ଦରଦାମ୍‌ ...

  • ପାକିସ୍ତାନରେ ତେଲ ଅଭାବ: ଦୁଇ ସପ୍ତାହ ପାଇଁ ...

  • ଇରାନକୁ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ...

  • ସ୍ବଦେଶ ପ୍ରତ୍ୟାବର୍ତ୍ତନ କଲେଣି ୫୨ ହଜାର ...

  • କମିଲା ସୁନା ଦର, ଜାଣନ୍ତୁ କେତେ?

  • ଟି୨୦ କ୍ରିକେଟ ବିଶ୍ୱକପ ଟାଇଟଲ ହାତେଇଲା ...

  • ଭାରତ ଏବଂ ଇରାନ ମଧ୍ୟରେ ଉଚ୍ଚସ୍ତରୀୟ ...

ବିଶେଷ
Home ›› ବିଶେଷ ››ଏହି ଉପାୟ ଦ୍ୱାରା ପିଲାଙ୍କୁ ଅତ୍ୟଧିକ ମିଠା ଖାଇବାଠାରୁ ଦୂରେଇ ରଖନ୍ତୁ

ଏହି ଉପାୟ ଦ୍ୱାରା ପିଲାଙ୍କୁ ଅତ୍ୟଧିକ ମିଠା ଖାଇବାଠାରୁ ଦୂରେଇ ରଖନ୍ତୁ

2022-02-10 02:33:23
14023
Share:
Facebook
Twitter
E-Mail
WhatsApp
Telegram
ଏହି ଉପାୟ ଦ୍ୱାରା ପିଲାଙ୍କୁ ଅତ୍ୟଧିକ ମିଠା ଖାଇବାଠାରୁ ଦୂରେଇ ରଖନ୍ତୁ


 ଆପଣଙ୍କ ପିଲା ଅଧିକ ମିଠା ଖାଉଛି ଓ ଆପଣ ଏହା ଭାବୁଥିବେ, ହଁ ଏବେ ପିଲା ଛୋଟ ଅଛି ଖାଉ। ଛୋଟ ପିଲା ଅଧିକ ମିଠା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଏହା ଶରୀର ପ୍ରତି କ୍ଷତିକାରକ ହୋଇଥାଏ। ଅଧିକ ମିଠା ଖାଇବା ଦ୍ୱାରା ଶରୀରର ଓଜନ ବୃଦ୍ଧି ହୁଏ । କରୋନା ଲକଡାଉନ ସମୟରେ ପିଲାଙ୍କର ଖାଦ୍ୟ ଅଭ୍ୟାସ ଅଧିକ ବିଗିଡି ଯାଇଛି। ଏଥିରେ ଚକୋଲେଟ୍‌ ଓ ମିଠା ଖାଇବାର ଅଭ୍ୟାସ ପିଲାଙ୍କୁ ଆହୁରି ବିଗାଡି ଦେଉଛି। ବାପା-ମାଆଙ୍କର ଛୋଟ ଛୋଟ ଚେଷ୍ଟା ପିଲାଙ୍କର ଏହି ଅଭ୍ୟାସକୁ ବଦଳେଇ ପାରିବ। ଏହି ଅଭ୍ୟାସ କିପରି ବଦଳେଇବେ ଆସନ୍ତୁ ଜାଣିବା।

ଆପଣ ଯଦି ଚାହୁଁଛନ୍ତି, ଆପଣଙ୍କ ପିଲା ଚକୋଲେଟ୍‌ ଓ ମିଠା ଅଳ୍ପ ପରିମାଣରେ ଖାଉ। ପ୍ରଥମେ ଜାଣି ରଖିବା ଉଚିତ୍‌ ପିଲାଙ୍କର ଡାଏଟ କିପରି ହେବା ଦରକାର। ଏହା ବଦଳରେ ପିଲାଙ୍କୁ କେଉଁ କେଉଁ ପୋଷଣ ଯୁକ୍ତ ଖାଦ୍ୟ ଖାଇବାକୁ ଦେବା ଆବଶ୍ୟକ ତାହା ଜାଣି ରଖିବା ଉଚିତ୍‌। ଏଥିପାଇଁ ଆପଣଙ୍କୁ ଏକ ଫର୍ମୁଲା ମନେ ରଖିବାକୁ ପଡିବ ଯେପରି ପିଲାଙ୍କ ଖାଦ୍ୟରେ ଜରୁରୀ ପୋଷକ ଯଥା-ପ୍ରୋଟିନ, ଭିଟାମିନ ଓ ମିନେରାଲସ୍‌ ରହିବା ଆବଶ୍ୟକ। ସବୁଠୁ କମ୍‌ ପରିମାଣର ଶକ୍ତି କାର୍ବୋହାଇଡ୍ରେଟ୍‌ ଓ ଅସ୍ୱାସ୍ଥ୍ୟକର ଖାଦ୍ୟରୁ ମିଳିଥାଏ। ପିଲାଙ୍କୁ ଏହି ଶିକ୍ଷା ଛୋଟବେଳୁ ସିଖେଇବା ଉଚିତ୍‌। ଏହା ଦ୍ୱାରା ପିଲାଟି ଆଗକୁ ସ୍ୱାସ୍ଥ୍ୟକର ଜୀବନ ବିତେଇ ପାରିବ।

ଏହି ଅଭ୍ୟାସ ବଦଳେଇବା ଉଚିତ୍‌
ବାପା-ମାଆ ପ୍ରତ୍ୟେକ କଥାରେ ପିଲାଙ୍କୁ କୁହନ୍ତିଯେ ଦୁଷ୍ଟାମି ନକରିଲେ ଚକୋଲେଟ୍‌ ଦେବି, ପାଠ ପଢି ଦେଲେ ଚକୋଲେଟ୍‌ ଦେବି, କଥା ମାନିଲେ ଚକୋଲେଟ୍‌ ଦେବି। ଏହି ସବୁ ଖରାପ ଅଭ୍ୟାସ ପିଲାଙ୍କୁ ବିଗାଡି ଦିଏ। ଏହା ଦ୍ୱାରା ପିଲାଙ୍କର ମିଠା ଖାଇବା ଅଭ୍ୟାସ ବଢିଯାଏ। ବର୍ତ୍ତମାନ ଯେତେବେଳେ ପିଲାଙ୍କର ଏହି ଅଭ୍ୟାସ ଦୂର କରିବାକୁ ଚାହୁଁଛନ୍ତି ପ୍ରତ୍ୟେକ କଥାରେ ପିଲାଙ୍କୁ ଚକୋଲେଟ୍‌ ଦେବି କହିବା ଛାଡନ୍ତୁ । ଯଦି ପିଲାଙ୍କୁ ତାଙ୍କ କାମରେ କିଛି ଦେବାକୁ ଚାହୁଁଛନ୍ତି ତେବେ ଆପଣ ଖାତା, ପେନ୍‌ ଭଳି ଉପକରଣ ଦିଅନ୍ତୁ। ଯାହା ଦ୍ୱାରା ପିଲାମାନେ ପାଠ ପଢିବାକୁ ପ୍ରେରିତ ହେବେ ।

ଆପଣାନ୍ତୁ ଡାର୍କ ଚକୋଲେଟ୍‌ :
ଆପଣ ଯଦି ଡାର୍କ ଚକୋଲେଟ୍‌ ଖାଇଥିବେ, ତେବେ ଆପଣ ନିଶ୍ଚୟ ଯାଣିଥିବେ ଏହା ଅଳ୍ପ ମିଠାଯୁକ୍ତ। ଛୋଟ ପିଲା ହଠାତ୍‌ ଚକୋଲେଟ୍‌ ଖାଇବା ଛାଡିପାରିବେ ନାହିଁ ତେଣୁ ତାଙ୍କ ଅଭ୍ୟାସ ପରିବର୍ତ୍ତନ ପାଇଁ ଡାର୍କ ଚକୋଲେଟ୍‌ ଖାଇବାକୁ ଦିଅନ୍ତୁ। ଏହି ଡାର୍କ ଚକୋଲେଟ୍‌ ପିଲାଙ୍କୁ ପସନ୍ଦ ଆସିନପାରେ ଏମିତି ହୋଇ ପାରେ ସେମାନେ ଚକୋଲେଟ୍‌ ଖାଇବା ଅଭ୍ୟାସ ସପୂର୍ଣ୍ଣ ବଦଳେଇ ଦେଇ ପାରନ୍ତି। ଆଉ ଯଦି ଆପଣଙ୍କ ପିଲା ଚକୋଲେଟ୍‌ ଖାଇବା ନଛାଡନ୍ତି, ତେବେ ଡାର୍କ ଚକୋଲେଟ୍‌ ଖାଇପାରିବେ। ଏହା ସାଧାରଣ ଚକୋଲେଟ୍‌ ଭଳି ଶରୀର ପାଇଁ କ୍ଷତିକାରକ ନୁହେଁ। ଏହି ଉପାୟରେ ଆପଣ ଚକୋଲେଟ୍‌ ଓ ମିଠା ଖାଇବାରୁ ପିଲାଙ୍କୁ ଦୂରେଇ ପାରିବେ।

କ୍ଷୀର ସହ କିଛି ମିଶାନ୍ତୁ ନାହିଁ:
ଅଧିକାଂଶ ସମୟରେ ମାଆ ମାନେ କ୍ଷୀରରେ ଯେକୌଣସି ଫ୍ଲେବରର ପାଉଡର୍‌ ମିଶାଇ ପିଇବାକୁ ଦିଅନ୍ତି। ଏହି କ୍ଷୀରରେ ଚିନି ମଧ୍ୟ ପକାଇଥାନ୍ତି। ଚିନି ଶରୀରର ବହୁତ କ୍ଷତି କରେ। ଫ୍ଲେବର ପାଉଡରରେ ଚିନି ରହିଥାଏ। ଏହା ପରେ କ୍ଷୀରରେ ପ୍ରାକୃତିକ ମିଠା ଅଂଶ ରହିଥାଏ। ମିଠ ଛାଡିବା ପାଇଁ ପ୍ରଥମେ ଆପଣ କ୍ଷୀରରେ ଫ୍ଲେବର ପାଉଡର ଓ ଚିନି ମିଶାଇବା ଛାଡନ୍ତୁ।ହଠାତ୍‌ ମିଠା ଛାଡିବା ଏତେ ସହଜ କଥା ନୁହେଁ। ଫ୍ଲେବର ପାଉଡର ଓ ଚିନି ନମିଶେଇବା ଦ୍ୱାରା ପିଲାମାନେ କ୍ଷୀର ପିଇବାକୁ ରାଜି ହେଇ ନପାରନ୍ତି। ତେଣୁ ପ୍ରଥମେ ଫ୍ଲେବର ପାଉଡର ଓ ଚିନିର ପରିମାଣ ଧିରେ ଧିରେ କମେଇବାକୁ ଚେଷ୍ଟା କରନ୍ତୁ। ଯଦି ଆପଣଙ୍କ ପିଲା ଅତ୍ୟନ୍ତ ଛୋଟ ତେବେ ଏହି ମିଠା ଖାଦ୍ୟର ସ୍ୱାଦ ଅଭ୍ୟାସ କରାନ୍ତୁ ନାହିଁ।

ପିଲାଙ୍କୁ ବାଧ୍ୟ କରନ୍ତୁ ନାହିଁ:
ପିଲାଙ୍କର ଯଦି ମିଠା ଖାଇବାର ଅଭ୍ୟାସ ଅଛି, ତେବେ ପିଲାମାନେ ଏହାର ଅଭ୍ୟାସ ଶୀଘ୍ର ବଦଳେଇ ପାରିବେ ନାହିଁ। ଏହି ସମୟରେ ଆପଣ ଯେତେ ମନା କରିବେ ପିଲା ମିଠା ଖାଇବା ପାଇଁ ଅଧିକ ଯିଦି କରିବେ। ତେଣୁ ଆପଣ ପିଲାଙ୍କୁ ନିୟନ୍ତ୍ରଣ ନକରି ଏହାର ଅପକାରିତା ବିଷୟରେ ବୁଝାନ୍ତୁ ଓ କୁହନ୍ତୁ ଯେ ମିଠା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହି ଭଳି ବୁଝେଇକି କହିବା ଦ୍ୱାରା ଏହା ଭବିଷ୍ୟତରେ ପିଲା ମାନଙ୍କ କାମରେ ଆସିଥାଏ। ପିଲାଙ୍କୁ ବୁଝାଇବା ପାଇଁ ଉପଯୁକ୍ତ ସମୟ, ଯେତେବେଳେ ଆପଣଙ୍କ ପିଲାଟି କୌଣସି କାର୍ଯ୍ୟରେ ବ୍ୟସ୍ତ ଥିବ। ଯେମିତିକି ପିଲା ଆପଣଙ୍କୁ ରୋଷେଇ ଘରେ କିଛି ସାହାର୍ଯ୍ୟ କରୁଛି କିମ୍ବା ଟିଭି ଦେଖୁଛି ସେହି ସମୟରେ ତାଙ୍କୁ ବୁଝାଇବାକୁ ଚେଷ୍ଟାକରନ୍ତୁ।

ବଜାରରରେ ଉପଲବ୍ଧ ମିଠା ପାନୀୟ:
 ଆପଣ ମାନେ ଏବେ ପିଲାଙ୍କୁ କୋଲଡ୍ରିଙ୍କସ୍‌ ପିଇବାକୁ ଦେଉନଥିବେ। ବଜାରରେ ଡବାରେ ବିକି୍ର ହେଉଥିବା ଜୁସ୍‌ ଶରୀର ପାଇଁ ସ୍ୱାସ୍ଥ୍ୟକର ଭାବି ମାଆ ମାନେ ପିଲାଙ୍କୁ ପିଇବାକୁ ଦିଅନ୍ତି। ବଜାରରେ ଡବାରେ ବିକି୍ର ହେଉଥିବା ଜୁସ୍‌ରେ ପ୍ରିଜରବେଟିଭ ଓ ଚିନି ଅଧିକ ଥାଏ। ଏଥିରେ ଥିବା ଫ୍ଲେବରରେ ଅଧିକ ମାତ୍ରାର ଚିନି ରହିଥାଏ। ପିଲା ଜୁସ୍‌ ପିଇବାକୁ ଯିଦି ଧରିଲେ ତାକୁ ଘରେ ପ୍ରସ୍ତୁତ ଜୁସ୍‌ ଦିଅନ୍ତୁ।

ପ୍ୟାକେଟ୍‌ ଯୁକ୍ତ ଖାଦ୍ୟ :
ଅଧିକାଂଶ ପ୍ୟାକେଟ୍‌ରେ ଥିବା ଖାଦ୍ୟରେ ମିଠାର ପରିମାଣ ଅଧିକ ଥାଏ। ଏଥିରେ ପୋଷକ ତତ୍ତ୍ୱର ଅଭାବ ଥାଏ। ଶସ୍ୟ ଜାତୀୟ ଖାଦ୍ୟ, ଦୁଗ୍ଧ ଜାତୀୟ ଖାଦ୍ୟ, ଶୁଖିଲା ଫଳରେ ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ଭରପୁର ହୋଇକି ରହିଥାଏ। ଏହି ଖାଦ୍ୟ ଖାଇବା ପରେ ପିଲାଙ୍କ ପେଟ ଦୀର୍ଘ ସମୟ ପ୍ରର୍ଯ୍ୟନ୍ତ ଭରପୁର ହୋଇକି ରହିଥାଏ। ଏଥି ପାଇଁ ଯେତେ ସମ୍ଭବ ପିଲାଙ୍କୁ ପ୍ୟାକେଟ୍‌ ଯୁକ୍ତ ଖାଦ୍ୟରୁ ଦୂରେଇ ରଖନ୍ତୁ।

ମିଠା ଜାତୀୟ ଖାଦ୍ୟ ପିଲାଙ୍କ ପାଇଁ କ୍ଷତି କାରକ, ତେବେ ଏହା ଆପଣଙ୍କ ପାଇଁ ଆଦୌ ଠିକ୍‌ ନୁହେଁ। ନିଜ ପିଲାଙ୍କୁ ଏଥିରୁ ଦୂରେଇ ରଖିବାକୁ ହେଲେ ପ୍ରଥମେ ଆପଣଙ୍କୁ ମିଠା ଜାତୀୟ ଖାଦ୍ୟରୁ ଦୂରେଇ ରହିବାକୁ ପଡିବ। ତେବେ ଯାଇଁ ପିଲାଙ୍କ ଉପରେ ଏହାର ଭଲ ପ୍ରଭାବ ପଡିବ। ବାସ୍ତବରେ ପିଲା ମାନେ ନିଜ ବାପା-ମାଆଙ୍କୁ ଅନୁସରଣ କରିବାକୁ ଚାହାଁନ୍ତି। ଯେତେବେଳେ ସେମାନେ ଦେଖିବେ ଘରର ଅନ୍ୟ ସଦସ୍ୟ ମିଠା କମ୍‌ ପରିମାଣର ଖାଉଛନ୍ତି, ତେବେ ପିଲା ମାନେ କମ୍‌ ପରିମାଣର ମିଠା ଖାଇବେ।

-ଖାଇବା ପରେ ଗୁଡ଼ ଖାଆନ୍ତୁ , ଆପଣଙ୍କ ପିଲା ଏହା ଦେଖି ଗୁଡ଼ ଖାଇବା ଅଭ୍ୟାସ କରିବ । ଗୁଡ଼ ଖାଇବାର ଅଭ୍ୟାସ ପରେ ପିଲା ଚକୋଲେଟ କିମ୍ବା ଅନ୍ୟ ମିଠା ଜାତୀୟ ଖାଦ୍ୟ ଖାଇବାକୁ ଇଚ୍ଛା କରିବ ନାହିଁ।

-ଛେନା ଖାଆନ୍ତୁ , ଏହାକୁ ଖାଇବା ପୂର୍ବରୁ ଭଲ ଭାବରେ ଚିପୁଡି ଦିଅନ୍ତୁ। ଏହା କରିବା ଦ୍ୱାରା ଏଥିରେ ଥିବା ମିଠା ଅଂଶ ବାହାରି ଯିବ। ପିଲାମାନେ ଏହା ଦେଖିକି ଭାବିବେ ଯେ ଛେନା ଏହିପରି ଖିଆଯାଏ।

-ହାଲଓ୍ଵା ଖାଆନ୍ତୁ, ଏହାକୁ ଖାଇଲା ବେଳେ ପିଲାଙ୍କ ଆଗରେ ଅଧା ଭାଗ କରିକି ଖାଆନ୍ତୁ। ପିଲାମାନେ ଏହା ଦେଖିକି ଭାବିବେ ଯେ ହାଲଓ୍ଵା ଅଧିକ ପରିମାଣରେ ଖାଇବା ଉଚିତ୍‌ ନୁହେଁ। ଏହାକୁ କେବଳ ସ୍ୱାଦ ପାଇଁ ଖିଆଯାଏ।

ମିଠା ଜାତୀୟ ଅଳ୍ପ ଖାଦ୍ୟ ଖାଆନ୍ତୁ:
ଛୋଟ ପିଲାଙ୍କୁ ହଠାତ୍‌ ମିଠା ଜାତୀୟ ଖାଦ୍ୟ ଖାଇବାରୁ ଦୂରେଇ ପାରିବେ ନାହିଁ। ତେଣୁ ପ୍ରଥମରୁ ମିଠା ଜାତୀୟ ଖାଦ୍ୟରୁ ପିଲାଙ୍କୁ ଦୂରେଇ ରଖବା ପ୍ରତି ଧ୍ୟାନ ରଖନ୍ତୁ। ଯଦି ଆପଣଙ୍କ ପିଲା ଗୋଟେ ଦିନରେ ଗୋଟିଏ ଚକୋଲେଟ୍‌ ଖାଉଛି, ତେବେ ତାଙ୍କୁ ଅଧା ଚକୋଲେଟ୍‌ ଖାଇବାକୁ ଦିଅନ୍ତୁ। ଆପଣଙ୍କ ପାଖରେ ଆଉ ଚକୋଲେଟ୍‌ ନାହିଁ ଏହା ନିଜ ପିଲାଙ୍କୁ ନିଶ୍ଚିତ କରାନ୍ତୁ।

ଘରେ ମଇଦାରେ ପ୍ରସ୍ତୁତ ଲଡୁ :
ଘରେମଇଦାରେ ଲଡୁ ବନେଇବାକୁ ଚେଷ୍ଟା କରନ୍ତୁ। ମଇଦା ଲଡୁ ବନେଇବା ସମୟରେ ଏହାକୁ ଅଳ୍ପ ଚିନିରେ ପ୍ରସ୍ତୁତ କରନ୍ତୁ। ପିଲାମାନଙ୍କୁ ପ୍ରଥମେ ଏହି ଲଡୁୁ ଖାଇବାକୁ ପସନ୍ଦ କରିବେନି କିନ୍ତୁ ଯେତେବେଳେ ସେମାନଙ୍କୁ ବଜାରର ମିଠା ନମିଳିବ ସେତେବେଳେ ପିଲାମାନେ ଘରେ ପ୍ରସ୍ତୁତ ଲଡୁ ଖାଇବେ। ଆପଣ ଶୀତ ଦିନେ ମଧ୍ୟ ଏହି ଲଡୁ ପ୍ରସ୍ତୁତ କରିପାରିବେ।

Powered by Froala Editor

Tags Sweet

Related articles Odisha News Lens 4.1

  • ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ, ଭାରତରେ ତେଲ ଦର ବଢ଼ିବ !
    ଦେଶ-ଦେଶାନ୍ତର

    ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ, ଭାରତରେ ତେଲ ଦର ବଢ଼ିବ !

    13502
    Mar 10, 2026
  • ସତର୍କ କରାଇଲା ଆଇଏମ୍‌ଏଫ୍ : ଦରଦାମ୍‌ ବଢାଇଦେବ ମଧ୍ୟ ପ୍ରାଚ୍ୟ ଯୁଦ୍ଧ
    ଦେଶ-ଦେଶାନ୍ତର

    ସତର୍କ କରାଇଲା ଆଇଏମ୍‌ଏଫ୍ : ଦରଦାମ୍‌ ବଢାଇଦେବ ମଧ୍ୟ ପ୍ରାଚ୍ୟ ଯୁଦ୍ଧ

    14588
    Mar 10, 2026
  • କମିଲା ସୁନା ଦର, ଜାଣନ୍ତୁ କେତେ?
    ଦେଶ-ଦେଶାନ୍ତର

    କମିଲା ସୁନା ଦର, ଜାଣନ୍ତୁ କେତେ?

    13939
    Mar 09, 2026
  • ଭାରତ ଏବଂ ଇରାନ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା
    ଦେଶ-ଦେଶାନ୍ତର

    ଭାରତ ଏବଂ ଇରାନ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା

    13852
    Mar 08, 2026
  • ଗ୍ୟାସ୍ ମୂଲ୍ୟ ବୃଦ୍ଧି: ବୈକୁଣ୍ଠ ଧାମ ଶ୍ମଶାନରେ ଗ୍ୟାସ ଚୁଲି ବନ୍ଦ
    ଦେଶ-ଦେଶାନ୍ତର

    ଗ୍ୟାସ୍ ମୂଲ୍ୟ ବୃଦ୍ଧି: ବୈକୁଣ୍ଠ ଧାମ ଶ୍ମଶାନରେ ଗ୍ୟାସ ଚୁଲି ବନ୍ଦ

    14556
    Mar 10, 2026
  • ଇରାନକୁ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ଚେତାବନୀ ଦେଲେ ଆରବ ଲିଗ୍ ମୁଖ୍ୟ
    ଦେଶ-ଦେଶାନ୍ତର

    ଇରାନକୁ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ଚେତାବନୀ ଦେଲେ ଆରବ ଲିଗ୍ ମୁଖ୍ୟ

    15308
    Mar 09, 2026
  • ସ୍ବଦେଶ ପ୍ରତ୍ୟାବର୍ତ୍ତନ କଲେଣି ୫୨ ହଜାର ନାଗରିକ
    ଦେଶ-ଦେଶାନ୍ତର

    ସ୍ବଦେଶ ପ୍ରତ୍ୟାବର୍ତ୍ତନ କଲେଣି ୫୨ ହଜାର ନାଗରିକ

    14009
    Mar 09, 2026
  • ପାକିସ୍ତାନରେ ତେଲ ଅଭାବ: ଦୁଇ ସପ୍ତାହ ପାଇଁ ସ୍କୁଲ ବନ୍ଦ, ସରକାରୀ କାର୍ଯ୍ୟାଳୟଗୁଡ଼ିକ ...
    ଦେଶ-ଦେଶାନ୍ତର

    ପାକିସ୍ତାନରେ ତେଲ ଅଭାବ: ଦୁଇ ସପ୍ତାହ ପାଇଁ ସ୍କୁଲ ବନ୍ଦ, ସରକାରୀ କାର୍ଯ୍ୟାଳୟଗୁଡ଼ିକ ...

    13944
    Mar 10, 2026
  • ପୃଥ୍ୱୀ ଶ’-ଆକୃତିଙ୍କ ନିର୍ବନ୍ଧ ଫଟୋ ସେୟାର
    ମନୋରଞ୍ଜନ

    ପୃଥ୍ୱୀ ଶ’-ଆକୃତିଙ୍କ ନିର୍ବନ୍ଧ ଫଟୋ ସେୟାର

    13550
    Mar 10, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଇରାନକୁ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ଚେତାବନୀ ଦେଲେ ଆରବ ଲିଗ୍ ମୁଖ୍ୟ

    15308
    Mar 09, 2026
  • ଦେଶ-ଦେଶାନ୍ତର

    ଗ୍ୟାସ୍ ମୂଲ୍ୟ ବୃଦ୍ଧି: ବୈକୁଣ୍ଠ ଧାମ ଶ୍ମଶାନରେ ଗ୍ୟାସ ଚୁଲି ବନ୍ଦ

    14556
    Mar 10, 2026
  • ଖେଳ ଖବର

    ଟି୨୦ କ୍ରିକେଟ ବିଶ୍ୱକପ ଟାଇଟଲ ହାତେଇଲା ଭାରତ

    14875
    Mar 08, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17364
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17428
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17775
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16248
    Apr 03, 2021

ବିଶେଷ

  • ପିଲାଙ୍କ ସୋସିଆଲ ସ୍କିଲ୍‌ ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ.....

    14827
    Mar 08, 2026
  • ଏହି ସ୍ଥାନରେ କଳାଜାଇ ଥିଲେ ଖୋଲେ ପୂର୍ବଜନ୍ମର ରହସ୍ୟ

    14726
    Mar 07, 2026
  • ହଠାତ୍ ଭୋକ ଲାଗିବା ବନ୍ଦ ହେଉଥିଲେ, ହୋଇପାରେ ସାଂଘାତିକ ରୋଗ

    15173
    Mar 05, 2026
  • ଗ୍ରହଣ ଦିନ ଜନ୍ମିତ ଶିଶୁ ହୋଇଥାନ୍ତି ଏମିତି

    15327
    Mar 03, 2026
  • ନିୟମିତ ମିଶ୍ରି ଖାଇଲେ ଦୃଷ୍ଟିଶକ୍ତିଜନିତ ସମସ୍ୟା କମିଥାଏ

    14528
    Mar 02, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15671
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15128
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14981
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14495
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପୃଥ୍ୱୀ ଶ’-ଆକୃତିଙ୍କ ନିର୍ବନ୍ଧ ଫଟୋ ସେୟାର

    13550
    Mar 10, 2026
  • ଭାରତ ଏବଂ ଇରାନ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା

    13852
    Mar 08, 2026
  • ସତର୍କ କରାଇଲା ଆଇଏମ୍‌ଏଫ୍ : ଦରଦାମ୍‌ ବଢାଇଦେବ ମଧ୍ୟ ପ୍ରାଚ୍ୟ ଯୁଦ୍ଧ

    14588
    Mar 10, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In