ଅସ୍ତ୍ର ଛାଡି ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଅନୁରୋଧ କଲେ ଭୂପତି
ମାଲକାନଗିରି: ଏକ ଭିଡ଼ିଓ ଜାରି କରି ମାଓବାଦୀମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ଅପିଲ୍ କରିଛନ୍ତି ଭୂପତି । ଅସ୍ତ୍ର ଛାଡି ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ସେ ଅନୁରୋଧ କରିଛନ୍ତି । ଗତକାଲି ହିଡମାର ମୃତ୍ୟୁ ପରେ ଭିଡ଼ିଓ ଜାରି କରିଛି ଭୂପତି । ଭୂପତି କହିଛନ୍ତି ଯେ ପରିବର୍ତ୍ତିତ ପରିସ୍ଥିତିରେ ଅସ୍ତ୍ର ଧରି ସଂଗ୍ରାମ କରିବା ସମ୍ଭବ ନୁହେଁ । ଅସ୍ତ୍ର ପାଇଁ ଆମେ ବହୁତ କିଛି ହରାଇଛୁ, ଅନେକ କ୍ଷତି ସହିଛୁ । ଲୋକଙ୍କ ସମସ୍ୟାର ସମାଧାନ ସମ୍ବିଧାନ ଜରିଆରେ ହୋଇପାରିବ । ଏବେ ସମୟ ବଦଳିଛି, ଦେଶ ବଦଳିଛି, ପରିସ୍ଥିତି ମଧ୍ୟ ବଦଳୁଛି । ତେଣୁ ଅସ୍ତ୍ର ଛାଡି ଲୋକଙ୍କ ପାଖକୁ ଯିବାକୁ ପଡିବ ବୋଲି ଭୂପତି କହିଛନ୍ତି ।
Powered by Froala Editor