ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ଆକ୍ରମଣ କଲା ଇସ୍ରାଏଲ, ୧୧ ମୃତ
ପାଲେଷ୍ଟାଇନୀ: ଇସ୍ରାଏଲ ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ଆକ୍ରମଣ କରିଛି । ଦକ୍ଷିଣ ଲେବାନନରେ ଥିବା ଏକ ପାଲେଷ୍ଟାଇନୀ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲ ବିମାନ ଆକ୍ରମଣ କରିଛି । ଏପର୍ୟ୍ୟନ୍ତ ଏହି ଆକ୍ରମଣରେ ୧୧ଜଣଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରମଣ ସେହି ଶିବିର ଉପରେ ହୋଇଥିଲା ଯେଉଁଠାରେ ହମାସ ତାଲିମ ନେଉଥିଲା । ଇସ୍ରାଏଲୀ ସେନା କହିଛି ଯେ ଇସ୍ରାଏଲ ଏବଂ ଏହାର ସେନା ଉପରେ ଆକ୍ରମଣ କରିବା ପାଇଁ ଶିବିରରେ ପ୍ରସ୍ତୁତି ଚାଲିଛି । ଏଥିରେ କୁହାଯାଇଛି ଯେ ହମାସ ଯେଉଁଠାରେ ସକ୍ରିୟ ଥାଉ ନା କାହିଁକି ଇସ୍ରାଏଲୀ ସେନା ହମାସ ବିରୁଦ୍ଧରେ ଏହି କାର୍ୟ୍ୟାପୁଷ୍ଠାନ ଜାରି ରଖିବ ।
Powered by Froala Editor