ଭାରତ ଫେରିଲା ଗ୍ୟାଙ୍ଗଷ୍ଟାର ଅନମୋଲ
ଆମେରିକାରୁ ଭାରତ ଫେରିଲା ଗ୍ୟାଙ୍ଗଷ୍ଟାର ଅନମୋଲ ବିଷ୍ନୋଇ । ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ ଏବଂ ବାବା ସିଦ୍ଦିକି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛି ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ନୋଇ। ତାକୁ ଆମେରିକାରୁ ଭାରତକୁ ପ୍ରତ୍ୟର୍ପଣ କରାଯାଇଛି।
ଆମେରିକାରୁ ପ୍ରତ୍ୟାର୍ପଣ ପରେ ଅନମୋଲ ବିଷ୍ନୋଇକୁ ଏନଆଇଏ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ହାଜର କରିଥିଲା। ଏହା ପରେ କୋର୍ଟ ତାକୁ ୧୧ ଦିନ ପାଇଁ NIA ହେପାଜତକୁ ପଠାଇ ଦେଇଛନ୍ତି। ଏଜେନ୍ସି ଅନମୋଲ ପାଇଁ ୧୫ ଦିନର ହେପାଜତ ମାଗିଥିଲା, କିନ୍ତୁ କୋର୍ଟ ୧୧ ଦିନର ଏନଆଇଏ ହେପାଜତ ମଞ୍ଜୁର କରିଛି।
ଆମେରିକାରେ ରହୁଥିବା ଅନମୋଲ ବିଷ୍ନୋଇ ୨୦୨୨ ମସିହାରୁ ପଳାତକ ଥିଲେ। ସେ ଜେଲରେ ଥିବା ତାଙ୍କ ଭାଇ ଲରେନ୍ସ ବିଷ୍ନୋଇଙ୍କ ଦ୍ୱାରା ପରିଚାଳିତ ଆତଙ୍କୀ ସିଣ୍ଡିକେଟ୍ର ୧୯ ତମ ଅଭିଯୁକ୍ତ। ମାର୍ଚ୍ଚ ୨୦୨୩ ରେ ତାଙ୍କ ବିରୁଦ୍ଧରେ NIA ଏକ ଚାର୍ଜସିଟ୍ ଦାଖଲ କରିଥିଲା। NIAର ତଦନ୍ତ ଅନୁଯାୟୀ, ଅନମୋଲ ୨୦୨୦ ରୁ ୨୦୨୩ ମଧ୍ୟରେ ଅନେକ ଆତଙ୍କବାଦୀ ଆକ୍ରମଣ କରିଛନ୍ତି, ଯେଉଁଥିରେ ଗୋଲଡି ବରାଡ ଏବଂ ଲରେନ୍ସ ବିଷ୍ନୋଇଙ୍କୁ ସିଧାସଳଖ ସହାୟତା କରିଥିଲେ। ସେ ଭାରତରେ ବିଭିନ୍ନ ଘଟଣାରେ ଯୋଜନା କରିବା ଏବଂ ମୁଖ୍ୟ ଭୂମିକା ଗ୍ରହଣ କରିବାରେ ସାମିଲ ଥିଲେ।
NIA ଦାବି କରିଛି ଯେ ଏହି ସମ୍ପୂର୍ଣ୍ଣ ନେଟୱାର୍କ ବବ୍ବର ଖାଲସା ଇଣ୍ଟରନ୍ୟାସନାଲ୍ (BKI) ଭଳି ଆତଙ୍କବାଦୀ ସଂଗଠନ ସହିତ ଜଡିତ ଏବଂ ସେମାନଙ୍କର ଲକ୍ଷ୍ୟ ହେଉଛି ଦେଶରେ ଅସ୍ଥିରତା ଏବଂ ଭୟ ପ୍ରସାର କରିବା।
Powered by Froala Editor