ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା।
ଧର୍ମଗଡ : ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା। ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ କରୋନା ଚିତ୍ର ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି । ବର୍ତ୍ତମାନ ସ୍କୁଲ ଓ କଲେଜରେ କରୋନା ସଂକ୍ରମିତ ଚିହ୍ନଟ ଖବର ସାମନାକୁ ଆସୁଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି ।ଲିମସେର ଗାଁକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଛି । ଗ୍ରାମର ସରପଂଚ କଂଟେନମେଂଟ ଜୋନ ଭାବେ ଘୋଷଣ କରିଛନ୍ତି । ଗ୍ରାମରେ କରୋନା ଯୋଗୁଁ ଜଣଙ୍କ ମୃତୁ୍ୟ ଓ ୬ ଜଣ ଆକ୍ରାନ୍ତ ଚିହ୍ନଟ ପରେ ସରପଂଚ ଏହି ପଦକ୍ଷେପ ନେଇଛନ୍ତି । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଗାଁକୁ କଂଟେନମେଂଟ ଜୋନ୍ କରାଗଲା ।