ସାଧାରଣତନ୍ତ୍ର ଦିବସରେ ସ୍ୱାଧୀନତା ଦିବସର ବ୍ୟାନର ଲଗାଇ ହଟାହଟା ପ୍ରଶାସନ
ଢେଙ୍କାନାଳ: ଆଜି ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ । ରାଜ୍ୟରେ ସମସ୍ତ କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି । ତେବେ ଢେଙ୍କାନାଳ ସଦରରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନକୁ ନେଇ ବ୍ୟାପକ ପ୍ରସ୍ତୁତି ହୋଇଥିଲା । କିନ୍ତୁ ତେରଣ ବ୍ୟାନରର ତ୍ରୁଟି ପାଇଁ ପ୍ରଶାସନକୁ ଟ୍ରୋଲ ହେବାକୁ ପଡିଛି । କାରଣ ୭୩ତମ ସାଧାରଣତନ୍ତ୍ର ଦିବସ ପରିବର୍ତ୍ତେ ଏଥିରେ ୭୩ତମ ସ୍ୱାଧୀନତା ଦିବସ ବୋଲି ଲେଖାଯାଇଥିଲା । ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାମାଜିକ ଗଣମାଧ୍ୟମରେ କ୍ଷୋଭବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ । ଜାତୀୟ ଦିବସ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କ ସାଧାରଣ ଜ୍ଞାନ ଅଭାବରୁ ଏଭଳି ହୋଇଥିବା ସେମାନେ କହିଛନ୍ତି । ଅନ୍ୟପଟେ ପ୍ରଶାସନ ନିଜର ଭୁଲ୍ ସୁଧାରି ସଂଶୋଧିତ ବ୍ୟାନର ଲଗାଇଛି ।
Powered by Froala Editor