କରୋନାର ଦ୍ୱିତୀୟ ଲହରୀ , ଏପ୍ରିଲ ରେ ମଲେଣି ୩୪,୬୦୦

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରୀ ଦେଶରେ ମୃତୁ୍ୟ ତାଣ୍ଡବ ରଚିଛି । ମୃତୁ୍ୟ ସଂଖ୍ୟା ବ୍ୟାପକ ମାତ୍ରାରେ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୨୭୭୧ ସଂକ୍ରମିତଙ୍କ ମୃତୁ୍ୟ ହୋଇଛି । ଏହାକୁ ମିଶାଇ ଚଳିତ ମାସରେ କରୋନା ୩୪,୬୦୦ ଜୀବନ ନେଲାଣି । ଗତ ୭ ଦିନରେ କେବଳ ୧୭,୩୩୮ ଆକ୍ରାନ୍ତଙ୍କର ମୃତୁ୍ୟ ହୋଇଛି । ପୂର୍ବ ମାସ ଅର୍ଥାତ ମାର୍ଚ୍ଚରେ କରୋନାରେ ସମୁଦାୟ ୫,୬୫୬ ଜଣଙ୍କର ମୃତୁ୍ୟ ହୋଇଥିଲା । ଅର୍ଥାତ ମାସକ ମଧ୍ୟରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୬ ଗୁଣ ବୃଦ୍ଧି ପାଇଛି । ଗତ ବର୍ଷ ସେପ୍ଟେମ୍ବରରେ କରୋନା ଗ୍ରାଫ ଶୀର୍ଷରେ ଥିବା ବେଳେ ଉକ୍ତ ମାସରେ ୩୩.୨୩୦ ଜଣଙ୍କର ମୃତୁ୍ୟ ହୋଇଥିଲା । ଏବେ ସୁଦ୍ଧା କରୋନା ଭାଇରସ କବଳରେ ପଡ଼ି ମୋଟ ୧,୯୭,୮୯୪ ଜଣଙ୍କର ଜୀବନ ଗଲାଣି । ଜାତୀୟ ମୃତୁ୍ୟ ହାର ୧.୧୨% ଅଛି ।
Powered by Froala Editor