Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, September 23, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଦେଶରେ ମୌସୁମୀ ବର୍ଷା ସ୍ବାଭାବିକ ଠାରୁ ୧୫ ...

  • ୮ ଘଣ୍ଟାର ଅପରେସନ ସଫଳ, ୪ ଜଣଙ୍କୁ ହତ୍ୟା ...

  • ବନ୍ଦେ ମାତରମ୍‌ ଗାନ କରିବାକୁ ମନା ...

  • କ୍ୟାନ୍ସର ଔଷଧ ଦାମ୍ ୨୭ ହଜାର ଟଙ୍କା

  • ବୃଦ୍ଧାଙ୍କ ଉପରେ ଝପ୍‌ଟି ପଡ଼ିଲା ମାଙ୍କଡ଼, ...

  • ସିୟା କେତନଙ୍କୁ ଧକ୍କା, ଚେତନ ଗୋଇଠା ...

  • ସୁନା ଖଣିରେ ସୁଡ଼ଙ୍ଗ ଧସି ୧୧ ଜଣଙ୍କ ...

  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ...

  • ୨୩ରୁ ଆମେରିକା ଗସ୍ତରେ ଯିବେ ଚୀନ ...

  • ବଳାତ୍କାରର ଦାଏର ମାମଲାରେ ଏହି ରାଜ୍ୟ ...

ବିଶେଷ
Home ›› ବିଶେଷ ››ସ୍ତନ ଯନ୍ତ୍ରଣା ହେଉଥିଲେ, ଏମିତି କରନ୍ତୁ ଉପଚାର

ସ୍ତନ ଯନ୍ତ୍ରଣା ହେଉଥିଲେ, ଏମିତି କରନ୍ତୁ ଉପଚାର

2021-04-28 07:33:49
14184
Share:
Facebook
Twitter
E-Mail
WhatsApp
Telegram
ସ୍ତନ ଯନ୍ତ୍ରଣା ହେଉଥିଲେ, ଏମିତି କରନ୍ତୁ ଉପଚାର

ଟିନ୍-ଏଜ୍ ବେଳେ ନାରୀ ଶରୀରରେ ହର୍ମୋନାଲ୍ ପରିବର୍ତ୍ତନ ଦ୍ରୁତ ଗତିରେ ହୋଇଥାଏ । ଏହି ସମୟରେ ଶରୀରରେ ବିକାଶ ହେଉଥାଏ । ଏହି ସମୟରେ ଭିନ୍ନ ଭିନ୍ନ କାରଣରୁ ନାରୀକୁ ସ୍ତନ ଯନ୍ତ୍ରଣା ସହିବାକୁ ପଡ଼ିଥାଏ । ଅଧିକାଂଶ କ୍ଷେତ୍ରରେ ଏହି ପୀଡ଼ା ସାମାନ୍ୟ ହୋଇଥାଏ ଏବଂ ଟିକେ ଯତ୍ନ ନେଲେ ଉପଶମ ମିଳିଥାଏ । ହେଲେ କେତେକ କ୍ଷେତ୍ରରେ ବ୍ରେଷ୍ଟ ପେନ୍ ବା ସ୍ତନ ପୀଡ଼ା ଅସହ୍ୟ ହୋଇପଡ଼େ, ଯାହାକୁ ଅଣଦେଖା କରିବା ଆଦୌ ଉଚିତ୍ ନୁହେଁ  ।

ଜୀବନର ଭିନ୍ନ ଭିନ୍ନ ସ୍ତରରେ ସ୍ତନ ଯନ୍ତ୍ରଣାର କାରଣ ଭିନ୍ନ ଭିନ୍ନ ହୋଇପାରେ । ଯେପରି ଟିନ୍-ଏଜ୍ ବେଳେ ଶାରୀରିକ ଅଭିବୃଦ୍ଧି କାରଣରୁ ସ୍ତନରେ ଯନ୍ତ୍ରଣା ହୋଇଥାଏ । ହେଲେ ଋତୁସ୍ରାବ ଆରମ୍ଭ ହେବା ପରେ ପ୍ରତି ମାସ ଶରୀରରେ ହର୍ମୋନାଲ ପରିବର୍ତ୍ତନ ଯୋଗୁ ମଧ୍ୟ ସ୍ତନରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ତେବେ ଋତୁସ୍ରାବ ସମୟରେ ସବୁ ମହିଳା କିନ୍ତୁ ଏହି ସମସ୍ୟାର ସମ୍ମୁଖୀନ ହୋଇ ନ ଥାନ୍ତି । ଯେଉଁ ମହିଳାମାନଙ୍କ ଋତୁସ୍ରାବ ଜନିତ ସମସ୍ୟା ରହିଥାଏ, ଠିକ୍ ସମୟରେ ଋତୁସ୍ରାବ ନ ହେବା, ଅଧିକ ସ୍ରାବ ହେବା ବା କମ୍ ହେବା ଭଳି ସମସ୍ୟା ଥିଲେ ସ୍ତନରେ ଭୀଷଣ ପୀଡ଼ା ଅନୁଭବ ହୋଇଥାଏ ।
ଟିନ୍-ଏଜ୍ ଝିଅମାନଙ୍କ ଋତୁସ୍ରାବ ସମୟରେ ମଧ୍ୟ ବ୍ରେଷ୍ଟ ପେନ୍ ହୋଇଥାଏ । ଏହି ସମୟରେ ଆପଣମାନେ ଏହି ଯନ୍ତ୍ରଣାର ଉପଶମ ପାଇଁ ପ୍ରାକୃତିକ ଉପାୟ ବା ଘରୋଇ ଉପଚାର ଆପଣାଇ ପାରିବେ ।
ଯଦି ଆପଣ ମଧ୍ୟ ଅସହ୍ୟ ସ୍ତନ ପୀଡ଼ା ହେଉଛି, ତେବେ କୁଣ୍ଠାବୋଧ ନ କରି କୌଣସି ମହିଳା ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ତେବେ କିଛି ଘରୋଇ ଉପଚାର ପ୍ରଣାଳୀ ରହିଛି, ଆପଣ ଚାହିଁଲେ ଏଗୁଡ଼ିକୁ ଆପଣାଇ ମଧ୍ୟ ଉପଶମ ପାଇପାରିବେ ।
୧ ଚାମଚ୍ ସୋରିଷ ତେଲରେ ୩ ପାଖୁଡ଼ା ରସୁଣ, ଦୁଇ ଚିମୁଟା ଜୁଆଣି ଏବଂ ସାମାନ୍ୟ ମେଥି ପକାଇ ତେଲକୁ ଗରମ କରନ୍ତୁ । ଯେତେବେଳେ ତେଲ ଭଲ ଭାବରେ ଗରମ ହୋଇ ସବୁ ଏକାକାର ହୋଇଯିବ । ଏହାପରେ ତେଲକୁ ଥଣ୍ଡା ହେବାକୁ ଦିଅନ୍ତୁ ଏବଂ ଧୀରେ ଧୀରେ ନେଇ ସ୍ତନରେ ମାଲିସ କରନ୍ତୁ ।
ଏହି ଘରୋଇ ଉପଚାର ଆପଣାଇଲେ ସ୍ତନ ଯନ୍ତ୍ରଣାରୁ ଉପଶମ ମିଳିପାରିବ । ତଥାପି ଯଦି ଆପଣଙ୍କୁ କୌଣସି ଲାଭ ନ ମିଳେ ତେବେ ଆପଣଙ୍କୁ ଅଧିକ ସମୟ ନଷ୍ଟ ନ କରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।
ମହିଳାମାନେ ପ୍ରଥମ ସନ୍ତାନର ଜନନୀ ହେବାପରେ ସ୍ତନପାନ କରାଇଥାନ୍ତି । ସେହି ସମୟରେ ମଧ୍ୟ ବେଳେ ବେଳେ ଅସହ୍ୟ ସ୍ତନ ଯନ୍ତ୍ରଣାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।
ଏପରି କି ଠିକ୍ ସାଇଜ୍ ବ୍ରା ନ ପିନ୍ଧିଲେ ବି ସ୍ତନରେ ପୀଡ଼ା ହୋଇଥାଏ । କାରଣ ଅତି ଟାଇଟ୍ ବ୍ରା ପିନ୍ଧିବା ଦ୍ୱାରା ତ୍ୱଚା ଏବଂ ମାଂସପେଶୀ ଲଗାତର ଚାପି ହୋଇ ରହିଥାଏ, ଯାହା ଫଳରେ କଷ୍ଟ ଅନୁଭବ ହୁଏ ।
ସେହିପରି ନିଜ ସାଇଜ୍ ତୁଳନାରେ ବଡ଼ ସାଇଜ୍ ବ୍ରା ପିନ୍ଧିଲେ ମଧ୍ୟ ସ୍ତନରେ ଯନ୍ତ୍ରଣା ହୋଇଥାଏ । ଏଣୁ ବ୍ରା କିଣିବା ସମୟରେ ଠିକ୍ ସାଇଜ୍ ବ୍ରା କିଣନ୍ତୁ ।
ମେନୋପୋଜ୍ ସମୟରେ ମଧ୍ୟ ମହିଳାମାନେ ବ୍ରେଷ୍ଟ ପେନ୍ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏହି ସମୟରେ ନାରୀ ଜୀବନରେ ପୁଣି ଥରେ ଶରୀରରେ ହର୍ମୋନାଲ୍ ପରିବର୍ତ୍ତନ ହୋଇଥାଏ, ଯେଉଁ କାରଣରୁ ସ୍ତନ ଅଧିକ ସମ୍ବେଦନଶୀଳ ହୋଇଯାଏ ଏବଂ ସାମାନ୍ୟରୁ ଭୀଷଣ ଯନ୍ତ୍ରଣା ମଧ୍ୟ ହୋଇପାରେ ।
ସେହିପରି ଖାଦ୍ୟ-ପେୟ ଜନିତ ବଦଭ୍ୟାସରୁ ବା ଖରାପ ଜୀବନଶୈଳୀ ଯୋଗୁ ମଧ୍ୟ ସ୍ତନ ଯନ୍ତ୍ରଣା ହୋଇପାରେ । ଦୌଡ଼ିବା ସମୟରେ ବା ବ୍ୟାୟାମ କରିବା ବେଳେ ସଠିକ୍ ସାଇଜ୍ ବ୍ରା ନ ପିନ୍ଧିବା, ଶୋଇବା ସମୟରେ ଶରୀରର ସ୍ଥିତି ଠିକ୍ ନ ରହିବା ବା ଠିକ୍ ଢଙ୍ଗରେ ନ ଶୋଇବା, ଋତୁସ୍ରାବ ସମୟରେ ଖଟ୍ଟା କିମ୍ବା ଅଧିକ ଥଣ୍ଡା ଜିନିଷ ଖାଇବା ଦ୍ୱାରା ସ୍ତନରେ ଯନ୍ତ୍ରଣା ଅନୁଭବ ହୋଇଥାଏ ।
ଯେଉଁ ମହିଳାମାନେ ଚା’, କଫି, ସୋଡ଼ା ଏବଂ ମଦ୍ୟପାନ ଅଧିକ କରିଥାନ୍ତି । ସେମାନଙ୍କ କ୍ଷେତ୍ରରେ ସାଧାରଣତଃ ସ୍ତନ ଯନ୍ତ୍ରଣା, ହେଭିନେସ୍, ଅଧିକ ସମ୍ବେଦନଶୀଳ ତଥା ଅସହଜ ଅନୁଭବ ହେବା ଭଳି ସମସ୍ୟା ଦେଖାଦେଇଥାଏ ।
ଯେଉଁ ମହିଳାମାନେ ଦୀର୍ଘ ସମୟ ଧରି ଆଣ୍ଟି-ଡିପ୍ରେଶନ ଔଷଧ ସେବନ କରୁଛନ୍ତି, ସେମାନଙ୍କୁ ମଧ୍ୟ ଅନେକ ସମୟରେ ସ୍ତନ ପୀଡ଼ା ହୋଇଥାଏ । ତେବେ ଏଭଳି କେସ୍ ବହୁତ କମ୍ ଦେଖିବାକୁ ମିଳିଛି । ଯେଉଁ ମହିଳାମାନେ ଏହି ଔଷଧ ସେବନରେ ଅବହେଳା କରିଥାନ୍ତି, ସେମାନଙ୍କ କ୍ଷେତ୍ରରେ ସ୍ତନ ପୀଡ଼ା ସମସ୍ୟା ଦେଖାଦେଇଥାଏ । ଏପରି ହେବା ପଛରେ କାରଣ ହେଲା, ମାନସିକ ସ୍ୱାସ୍ଥ୍ୟ ସହ ଜଡ଼ିତ ଔଷଧଗୁଡ଼ିକ ଶରୀରରେ ହର୍ମୋନାଲ ସନ୍ତୁଳନ ରକ୍ଷା କରିବା ଦିଗରେ କାମ କରିଥାଏ । ଯଦି ଏହି ଔଷଧଗୁଡ଼ିକୁ ଅନିୟମିତ ସେବନ କରାଯାଏ, ତେବେ ଏହା ଆମ ଶରୀରର ହର୍ମୋନଗୁଡ଼ିକୁ ଅସନ୍ତୁଳନ କରିଥାଏ । ଫଳରେ ମହିଳାମାନେ ବ୍ରେଷ୍ଟ ପେନ୍ ବା ସ୍ତନ ଯନ୍ତ୍ରଣା ଅନୁଭବ କରିଥାନ୍ତି ।

Powered by Froala Editor

Tags breast pain

Related articles Odisha News Lens 4.1

  • ସୁନା ଖଣିରେ ସୁଡ଼ଙ୍ଗ ଧସି ୧୧ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ସୁନା ଖଣିରେ ସୁଡ଼ଙ୍ଗ ଧସି ୧୧ ଜଣଙ୍କ ମୃତ୍ୟୁ

    14844
    Sep 23, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା
    ବିଶେଷ

    ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15198
    Sep 23, 2026
  • ୮ ଘଣ୍ଟାର ଅପରେସନ ସଫଳ, ୪ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ପୁଲିସର ଏନକାଉଣ୍ଟର
    ଦେଶ-ଦେଶାନ୍ତର

    ୮ ଘଣ୍ଟାର ଅପରେସନ ସଫଳ, ୪ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ପୁଲିସର ଏନକାଉଣ୍ଟର

    14006
    Sep 23, 2026
  • ସିୟା କେତନଙ୍କୁ ଧକ୍କା, ଚେତନ ଗୋଇଠା ମାରିଥିଲେ
    ଦେଶ-ଦେଶାନ୍ତର

    ସିୟା କେତନଙ୍କୁ ଧକ୍କା, ଚେତନ ଗୋଇଠା ମାରିଥିଲେ

    14542
    Sep 23, 2026
  • ଦେଶରେ ମୌସୁମୀ ବର୍ଷା ସ୍ବାଭାବିକ ଠାରୁ ୧୫ ପ୍ରତିଶତ କମ୍ ରହିଛି
    ଦେଶ-ଦେଶାନ୍ତର

    ଦେଶରେ ମୌସୁମୀ ବର୍ଷା ସ୍ବାଭାବିକ ଠାରୁ ୧୫ ପ୍ରତିଶତ କମ୍ ରହିଛି

    13438
    Sep 23, 2026
  • ବଳାତ୍କାରର ଦାଏର ମାମଲାରେ ଏହି ରାଜ୍ୟ ଆଗରେ
    ଦେଶ-ଦେଶାନ୍ତର

    ବଳାତ୍କାରର ଦାଏର ମାମଲାରେ ଏହି ରାଜ୍ୟ ଆଗରେ

    14459
    Sep 22, 2026
  • ବନ୍ଦେ ମାତରମ୍‌ ଗାନ କରିବାକୁ ମନା କରୁଥିବା ଜଣେ ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ ...
    ଦେଶ-ଦେଶାନ୍ତର

    ବନ୍ଦେ ମାତରମ୍‌ ଗାନ କରିବାକୁ ମନା କରୁଥିବା ଜଣେ ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ ...

    13941
    Sep 23, 2026
  • ୨୩ରୁ ଆମେରିକା ଗସ୍ତରେ ଯିବେ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ
    ଦେଶ-ଦେଶାନ୍ତର

    ୨୩ରୁ ଆମେରିକା ଗସ୍ତରେ ଯିବେ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ

    15528
    Sep 22, 2026
  • ବୃଦ୍ଧାଙ୍କ ଉପରେ ଝପ୍‌ଟି ପଡ଼ିଲା ମାଙ୍କଡ଼, ଚାଲିଗଲା ଜୀବନ
    ଦେଶ-ଦେଶାନ୍ତର

    ବୃଦ୍ଧାଙ୍କ ଉପରେ ଝପ୍‌ଟି ପଡ଼ିଲା ମାଙ୍କଡ଼, ଚାଲିଗଲା ଜୀବନ

    14592
    Sep 23, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବନ୍ଦେ ମାତରମ୍‌ ଗାନ କରିବାକୁ ମନା କରୁଥିବା ଜଣେ ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରାଯିବା ଉଚିତ ନୁହେଁ: ସୁପ୍ରିମକୋର୍ଟ

    13941
    Sep 23, 2026
  • ଦେଶ-ଦେଶାନ୍ତର

    ୮ ଘଣ୍ଟାର ଅପରେସନ ସଫଳ, ୪ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ପୁଲିସର ଏନକାଉଣ୍ଟର

    14006
    Sep 23, 2026
  • ଦେଶ-ଦେଶାନ୍ତର

    ବୃଦ୍ଧାଙ୍କ ଉପରେ ଝପ୍‌ଟି ପଡ଼ିଲା ମାଙ୍କଡ଼, ଚାଲିଗଲା ଜୀବନ

    14592
    Sep 23, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17119
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17806
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17778
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18188
    Sep 06, 2023

ବିଶେଷ

  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15198
    Sep 23, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    14990
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14480
    Sep 18, 2026
  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14727
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16358
    Sep 09, 2026

ବାଣିଜ୍ୟ

ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

ଭୁବନେଶ୍ୱର : ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆର୍କିଟେକ୍ଟସ୍ (ଆଇଆଇଏ), ଓଡ଼ିଶା ଚାପ୍ଟରର ୨୦୨୬-୨୮ ନିମନ୍ତେ ନବ ନିର୍ବାଚିତ ଏକଜିକ୍ୟୁଟିଭ କମିଟି (କାର୍ଯ୍ୟନିର୍ବାହୀ କମିଟି) ନିର୍ବାଚନ ଫଳ  ସେପ୍ଟେମ୍ବର ୪, ୨୦୨୬ ...

  • EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

    15613
    Sep 17, 2026
  • ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି

    15375
    Sep 16, 2026
  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14666
    Sep 12, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    14339
    Sep 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବଳାତ୍କାରର ଦାଏର ମାମଲାରେ ଏହି ରାଜ୍ୟ ଆଗରେ

    14459
    Sep 22, 2026
  • ବୃଦ୍ଧାଙ୍କ ଉପରେ ଝପ୍‌ଟି ପଡ଼ିଲା ମାଙ୍କଡ଼, ଚାଲିଗଲା ଜୀବନ

    14592
    Sep 23, 2026
  • ସୁନା ଖଣିରେ ସୁଡ଼ଙ୍ଗ ଧସି ୧୧ ଜଣଙ୍କ ମୃତ୍ୟୁ

    14844
    Sep 23, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In