ଓମିକ୍ରନ୍ର ନୂଆ ଲକ୍ଷଣ: ଲାଲ୍ ପଡ଼ୁଛି ଆଖି, ଏହାବାଦ୍ ଆଉ କ’ଣ ରହୁଛି ସମସ୍ୟା ଜାଣନ୍ତୁ...
ନୂଆଦିଲ୍ଲୀ: ଆପଣଙ୍କ ଆଖି ଲାଲ୍ ପଡ଼ୁଛି କି? ତେବେ ତୁରନ୍ତ ପରୀକ୍ଷା କରାଇ ନିଅନ୍ତୁ । ଏହା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ର ଲକ୍ଷଣ ହୋଇପାରେ । ବିଶେଷଜ୍ଞମାନେ କହିଛନ୍ତି, ଓମିକ୍ରନ୍ ଦିନକୁ ଦିନ ତାର ଲକ୍ଷଣ ବଦଳାଉଛି । ପୂର୍ବରୁ ଓମିକ୍ରନ୍ ସଂକ୍ରମିତଙ୍କ ଠାରେ କାଶ ହେବା ଓ ପତଳା ଝାଡ଼ା ଲକ୍ଷଣ ଦେଖାଯାଉଥିଲା । କିଛି ଜଣଙ୍କ ଠାରେ ପେଟ ସମସ୍ୟା ହେଉଥିବା ଜଣାପଡ଼ିଥିଲା । ଏବେ ଏହା ଲକ୍ଷଣ ବଦଳାଇଛି । ଆଖି ଭଳି ଅମୂଲ୍ୟ ରତ୍ନ ଏହାଦ୍ୱାରା ସଂକ୍ରମିତ ହେଉଥିବା ସାମ୍ନାକୁ ଆସିଛି । ଯାହାକି ଏବେ ଚିନ୍ତା ବଢ଼ାଇଛି ।
କେବଳ ଏତିକି ନୁହେଁ, ଆଖିର ଡୋଳାରେ ଦାଗ ପଡ଼ିବା, ପୋଡ଼ାଜଳା ହେବା, ଆଖିର ତଳ ଓ ଉପର ଅଂଶ ଦରଜ ହେବା ମଧ୍ୟ ଓମିକ୍ରନ୍ର ଲକ୍ଷଣ ହୋଇପାରେ । ସେହିଭଳି ଜାଲ ଜାଲିଆ ଦିଶିବା, ଅଧିକ ଆଲୋକରେ ସମସ୍ୟା ହେବା ଓ ଆଖିରୁ ପାଣି ଗଡ଼ିବା ମଧ୍ୟ ଏହାର ନୂଆ ଲକ୍ଷଣ ବୋଲି କୁହାଯାଉଛି ।
ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଖି ସମସ୍ୟାକୁ ଅସମାନ୍ୟ ଓ କମ୍ ଦେଖା ଯାଉଥିବା ଲକ୍ଷଣ ସୂଚୀରେ ରଖିଛି । କିଛି ଡାକ୍ତର ମଧ୍ୟ ଏହାକୁ ନେଇ ଭିନ୍ନ ମତ ଦେଇଛନ୍ତି । ସେମାନେ କହିଛନ୍ତି, କରୋନା ସଂକ୍ରମିତଙ୍କ ମଧ୍ୟରୁ ମାତ୍ର ୫ ପ୍ରତିଶତ ଲୋକ ଆଖି ସମସ୍ୟାରେ ଶିକାର ହେଉଛନ୍ତି । ଏଥିରେ ଭୟ କରିବାର କୌଣସି କାରଣ ନାହିଁ । ସଠିକ୍ ସମୟରେ ଔଷଧ ସେବନ କଲେ ଏହା ଭଲ ହୋଇଯାଉଛି । ସେହିଭଳି ସବୁ ଆଖି ସମସ୍ୟା ମାନେ ଓମିକ୍ରନ୍ ସଂକ୍ରମିତ ନୁହେଁ । ଅନ୍ୟ କାରଣରୁ ମଧ୍ୟ ଏଭଳି ସମସ୍ୟା ଉପୁଜିପାରେ ବୋଲି ଡାକ୍ତରମାନେ କହିଛନ୍ତି ।
Powered by Froala Editor