ଓଡିଶାରେ ପହଞ୍ଚିଲା ଟେଷ୍ଟିଂ କିଟ୍ ଓମିସିୟୋର

ଭୁବନେଶ୍ୱର: ଓମିକ୍ରନ ଟେଷ୍ଟିଂ ପାଇଁ ଓଡିଶାରେ ପହଞ୍ଚିଲା ଓମିସିୟୋର କିଟ୍ । କରୋନା ପଜିଟିଭ୍ ହେଲା ପରେ, ସେହି ନମୁନାକୁ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଉଥିଲା । ରିପୋର୍ଟ ଆସିଲା ପରେ ରିପୋର୍ଟ ଓମିକ୍ରନ ପଜିଟିଭ୍ କି ନା, ଜଣା ପଡୁଥିଲା । ଏଥିପାଇଁ ସମୟ ଲାଗୁଥିଲା । କିନ୍ତୁ ଏବେ ଆଉ ଅପେକ୍ଷା କରିବାକୁ ପଡିବନି । ଏଣିକି ସହଜ ହେବ ଓମିକ୍ରନ ଟେଷ୍ଟ ।
କାରଣ ଓଡିଶାରେ ପହଞ୍ଚିଛି ଓମିସିୟୋର କିଟ୍ । ପ୍ରଥମ ପର୍ଯ୍ୟାୟରେ କିଛି ପରିମାଣର କିଟ୍ ରାଜ୍ୟକୁ ଆସିଛି । ମେଡିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ୍ ଲିମିଟେଡ ଟାଟା ଏମ୍ଡି ପକ୍ଷରୁ ଓଡିଶାକୁ ଏହି କିଟ୍ ପଠାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓମିକ୍ରନ କିଟ୍ ଓମିସିୟୋରର ୫ଲକ୍ଷ କିଟ୍ ପାଇଁ ଅର୍ଡର ଦେଇଛନ୍ତି । ଓମିକ୍ରନର ଲକ୍ଷଣ ଥିଲେ ସଙ୍ଗେ ସଙ୍ଗେ ଏହି କିଟ୍ରେ ଟେଷ୍ଟ କରିବା ଦ୍ୱାରା ଭୂତାଣୁ ଚିହ୍ନଟ ହୋଇପାରିବ ।
Powered by Froala Editor