ଭାରତକୁ ଚେକ୍ ଦେବାକୁ ଚାଇନା କରୁଛି ବେଆଇନ ବ୍ରିଜ୍
ପୁଣିଥରେ ଚାଇନା ବିବାଦୀୟ ପାଙ୍ଗୋଙ୍ଗ ହ୍ରହରେ ବେଆଇନ ଭାବେ ବ୍ରିଜ୍ କାମ ଚଳାଇଛି। ନୂଆ ସ୍ୟାଟେଲାଇଟ ଛବିରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ପାଙ୍ଗୋଙ୍ଗର ଉତ୍ତର ଉପକୂଳରେ ଥିବା ଗୋଟିଏ ଚାଇନିଜ୍ ଆର୍ମି ଫିଲ୍ଡର ଦକ୍ଷିଣ ଭାଗରେ ଏହି ବ୍ରିଜ୍ଟି ରହିଛି। ବ୍ରିଜ୍ର ଲମ୍ବ ୪୦୦ ମିଟର ଓ ଚଉଡ଼ା ୮ ମିଟର। ଦ୍ରୁତ ଗତିରେ ନିର୍ମାଣ ଚାଲୁଥିବାରୁ ଆସନ୍ତା କିଛି ମାସରେ ଏହାର ନିର୍ମାଣ କାମ ଶେଷ ହେବ। ପ୍ରବଳ ତୁଷାରପାତ ଏବଂ ଖରାପ ପାଣିପାଗ ସତ୍ତ୍ୱେ ଚୀନ ଏହି ପୋଲ ନିର୍ମାଣ ଶେଷ କରିବା ପ୍ରୟାସରେ ଲାଗି ରହିଛି।
ବିଶେଷଜ୍ଞଙ୍କ ମତ ଏହି ପୋଲ ନିର୍ମାଣ ଶେଷ ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ଚୀନର ସାମରିକ ଶକ୍ତି ବୃଦ୍ଧି ହୋଇପାରେ। ଉତ୍ତର ଉପକୂଳରେ ରହୁଥିବା ଯବାନମାନଙ୍କୁ ଆଉ ରୁଟୋଗ ବେସ୍ରେ ପହଞ୍ଚିବା ପାଇଁ ପାଙ୍ଗୋଙ୍ଗ ହ୍ରଦ ଚାରିପାଖରେ ୨୦୦ କିମି ରାସ୍ତା ଅତିକ୍ରମ କରିବାକୁ ପଡ଼ିବ ନାହିଁ। ସେମାନେ ବ୍ରିଜ୍କୁ ବ୍ୟବହାର କଲେ, ୧୫୦ କିମି ଦୂରତା କମି ଯିବ। ତେବେ ପାଙ୍ଗୋଙ୍ଗରେ ବ୍ରିଜ୍ ନିର୍ମାଣ ହେଉଥିବା ସମ୍ପର୍କରେ ପ୍ରଥମେ ଦି ପ୍ରିଣ୍ଟ୍ ରିପୋର୍ଟ ପ୍ରକାଶ କରିଥିଲା।
୨୦୨୦ ମସିହାରେ ଭାରତ ଓ ଚାଇନା ମଧ୍ୟରେ ଯେତେବେଳେ ବିବାଦ ହୋଇଥିଲା ଏଠାରେ ବେଜିଂର ହସ୍ପିଟାଲ ଓ ଯବାନଙ୍କ ରହିବା ପାଇଁ ବିଭିନ୍ନ ନିର୍ମାଣ କାମ କରାଯାଇଥିବା ଦେଖିବାକୁ ମିଳିଥିଲା। ଜାନୁଆରୀ ୧୬ର ସ୍ୟାଟେଲାଇଟ ଛବିରୁ ସ୍ପଷ୍ଟ ହୋଇଛି ଯେ ବ୍ରିଜ୍ କାମ ଯଥାଶୀଘ୍ର ଶେଷ କରିବାକୁ ବେଜିଂ ଶ୍ରମିକମାନେ ଜୋରଦାର ଉଦ୍ୟମ କରୁଛନ୍ତି।
Powered by Froala Editor