ଓମିକ୍ରନ୍କୁ ମାତ ଦେବାକୁ ଫ୍ରାନ୍ସ ସରକାର ଆପଣାଇଲେ ଏହି ପନ୍ଥା, ପଢ଼ନ୍ତୁ କ’ଣ କଲେ ନିୟମ

ପ୍ୟାରିସ୍: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଏବେ ସବୁଠି ଚିନ୍ତା । ସଂକ୍ରମଣ ଦ୍ରୁତି ଗତିରେ ବ୍ୟାପୁଛି । ଏହାକୁ ମାତ୍ ଦେବାକୁ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ବୈଜ୍ଞାନିକ ଓ ଡାକ୍ତରମାନେ ଦିନରାତି ଏକାକାର କରି ଦେଇଛନ୍ତି । ଟିକାକରଣ ହିଁ ଏହି ସଂକ୍ରମଣ ଚେନ୍ ରୋକ୍ ଲଗାଇବାରେ ସକ୍ଷମ ବୋଲି ଅନେକ ମତ ଦେଇଛନ୍ତି । ଫଳରେ ବିଶ୍ୱ ବ୍ୟାପୀ ଟିକାକରଣକୁ ଜୋରଦାର୍ କରାଯାଉଛି । ଇତିମଧ୍ୟରେ ଫ୍ରାନ୍ସ ସରକାର ଟିକାକରଣକୁ ନେଇ ଅଭିନବ ପନ୍ଥା ଆପଣେଇଛନ୍ତି । ଏଥିପାଇଁ ନିୟମ ମଧ୍ୟ କରିଛନ୍ତି ।
ଯେଉଁମାନେ କୋଭିଡ୍-୧୯ ଟିକା ନେଇ ନଥିବେ ସେମାନଙ୍କୁ ରେସ୍ତୋରାଁ, ହୋଟେଲ୍, ପାର୍କ, ଖେଳ ଷ୍ଟାଡିୟମ୍, କାଫେ ଓ ଅନ୍ୟ ସର୍ବଜାନୀନ ସ୍ଥାନରେ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି। ଏଭଳି ନିୟମ କରିବାର ମୁଖ୍ୟ ଉଦ୍ଦେଶ୍ୟ ରହିଛି ଯେପରି ଅଧିକରୁ ଅଧିକ ବ୍ୟକ୍ତି ଟିକା ନେବେ । ଫଳରେ ସେମାନଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହେବ । ଆଉ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ଦ୍ୱାରା ଓମିକ୍ରନ୍କୁ ମାତ୍ ଦେବାରେ ସମ୍ଭବ ହୋଇପାରିବ ବୋଲି ଫ୍ରାନ୍ସ ସରକାର ଚିନ୍ତା କରିଛନ୍ତି ।
Powered by Froala Editor