ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ

କରଞ୍ଜିଆ : ପର୍ୟ୍ୟଟକଙ୍କ ପାଇଁ ସୋମବାର ଠାରୁ ପୁଣି ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । କୁହୁଡ଼ିଆ ପାଗ ପାଇଁ ଗତ ୧୨ ତାରିଖରୁ ବନ୍ଦ ଥିଲା ଶିମିଳିପାଳ। କେବଳ ରାତ୍ରୀ ରହଣି ପାଇଁ ପୂର୍ବରୁ ବୁକିଂ କରିଥିବା ପର୍ୟ୍ୟଟକମାନଙ୍କ ପାଇଁ ଖୋଲାଥିଲା ।
ପାଗ ଅନୁକୂଳ ହେବାରୁ ଆଜିଠୁ ପର୍ୟ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ । ତେବେ ଶିମିଳିପାଳକୁ ଆସୁଥିବା ପର୍ଯ୍ୟଟକଙ୍କୁ କୋଭିଡ ଗାଇଡଲାଇନ ମାନିବାକୁ କୁହାଯାଇଛି । ମାସ୍କ ବ୍ୟବହାରକୁୁ ବାଧ୍ୟତାମୂଳକ କରାଯାଇଛି ।
Powered by Froala Editor