ଆହୁରି ବଢିବ ଶୀତ

ଭୁବନେଶ୍ୱର: ଓଡିଶା ଉପରେ ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟରେ ଆହୁରି ବଢିବ ଶୀତ । ଆସନ୍ତା ୩ ଦିନରେ ୩ରୁ ୪ ଡିଗ୍ରୀ ଖସିବ ତାପମାତ୍ରା । ଫଳରେ କିଛି ଦିନ ପାଇଁ ଶୀତ ବଢିବ । ପରବର୍ତ୍ତି ସମୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଏହି ସମୟରେ ରାଜ୍ୟରେ ସ୍ୱାଭାବିକ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ କହିଛି । ୨୪ ଘଣ୍ଟାରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଥିବା ବେଳେ କିଛି ସ୍ଥାନରେ ହାଲୁକା ବର୍ଷା ମଧ୍ୟ ହୋଇଛି ।
ଗତ ୨୪ଘଣ୍ଟାମଧ୍ୟରେ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ରାତି ତାପମାତ୍ରା ୨ଡିଗ୍ରୀ ,ବରଂ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ୩ଡିଗ୍ରୀ ଯାଏଁ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି। ଆଜି ରାଜ୍ୟର ସର୍ବନିମ୍ନ ତାପମାତ୍ରା, କେନ୍ଦୁଝରରେ ୧୨.୮ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଦାରିଂବାଡିରେ ୧୩.୧ ଡିଗ୍ରୀ, ଭୁବନେଶ୍ୱରରେ ୧୬.୨ଡିଗ୍ରୀ, କଟକରେ ୧୫ଡିଗ୍ରୀ ରହିଛି ।
ରାଜ୍ୟର ୮ଟି ଜିଲ୍ଲାରେ ଘନ କୁହୁଡି ଦେଖାଯାଇଛି । କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ ଓ ସୋନପୁର ଜିଲ୍ଲାରେ ଘନ କୁହୁଡି ଦେଖାଦେଇଛି । ଏଥିପାଇର୍ ଏହିସବୁ ଜିଲ୍ଲା ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
Powered by Froala Editor