କରୋନା ପଞ୍ଝାରେ ଭୁବନେଶ୍ୱର ଏମ୍ସ,, ୩୦୦କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବାବେଳେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମଧ୍ୟ ଦ୍ରୁତ ସଂକ୍ରମଣ କରୁଛି । ଦୈନିକ ସଂକ୍ରମଣ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏଥିପାଇଁ ଭୁବନେଶ୍ୱରର ଅନେକ ଅଂଚଳକୁ ବିଏମସି ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଉଛି । କିପରି କରୋନାର ମୁକାବିଲା କରିହେବ, ଏଥିପାଇଁ ସରକାର ବିଭିନ୍ନ ପ୍ରକାର ପକ୍ଷକ୍ଷପ ନେଉଛନ୍ତି ।
ଏହାରି ଭିତରେ କରୋନା କବଳରେ ଭୁବନେଶ୍ୱର ଏମସ୍ । ଭୁବନେଶ୍ୱର ଏମ୍ସ ରେ କରୋନା ଆକ୍ରାନ୍ତଙ୍କ ସହ ହୁ ହୁ ହୋଇ ବଢିବାରେ ଲାଗିଛି । ଏପର୍ଯ୍ୟନ୍ତ ଭୁବନେଶ୍ୱର ଏମ୍ସ ରେ ୩୦୦ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏଠାରେ ଡାକ୍ତର, ନର୍ସ, ପାରା ମେଡିକାଲ କର୍ମଚାରୀଙ୍କୁ ମିଶାଇ ଏବେ ସୁଦ୍ଧା ମୋଟ ୩୦୦ଜଣ କରୋନା ସଂକ୍ରମିତ ଚିହ୍ନଟ ହେଲେଣି । ଜାନୁୟାରୀ ୧ରୁ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ଚିହ୍ନଟ ନେଇ ଏମସ୍ ପକ୍ଷରୁ ସୂଚନା ମିଳିଛି ।
Powered by Froala Editor