ଆଜି ଦେଶରେ ୨ଲକ୍ଷ ୫୮ହଜାର ୮୯ କରୋନା ପଜିଟିଭ୍ ଚିହ୍ନଟ
![ଆଜି ଦେଶରେ ୨ଲକ୍ଷ ୫୮ହଜାର ୮୯ କରୋନା ପଜିଟିଭ୍ ଚିହ୍ନଟ](https://odishanewslens.com/news_gallery/9907_1642401402.jpeg)
ନୂଆଦିଲ୍ଲୀ: ଉପରମୁହାଁ କରୋନା ଗ୍ରାଫ । ଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ଦେଶରେ ୨ଲକ୍ଷ ୫୦ହଜାର ପାର୍ କରିଛି ଦୈନିକ ସଂକ୍ରମଣ । ଗତ ୨୪ଘଣ୍ଟାରେ ଦେଶରେ ୨ଲକ୍ଷ ୫୮ହଜାର ୮୯ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଦୈନିକ ସଂକ୍ରମଣ ୫ପ୍ରତିଶତ କମ୍ ରହିଛି । ଦୈନିକ ପଜିଟିଭ୍ ହାର ୧୯.୬୫ପ୍ରତିଶତକୁ ବୃଦ୍ଧି ପାଇଛି । ସାପ୍ତାହିକ ପଜିଟିଭ୍ ହାର ୧୪.୪୧ପ୍ରତିଶତ ରହିଛି ।
ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୧୬ଲକ୍ଷ ପାର୍ କରିଛି । ଦେଶରେ ସକ୍ରିୟ ମାମଲା ରହିଛି ୧୬ଲକ୍ଷ ୫୬ହଜାର ୩୪୧ରହିଛି ଓ ଆଜି ଦେଶରେ କରୋନାରୁ ସୁସ୍ଥ ହୋଇଛନ୍ତି୧ଲକ୍ଷ ୫୧ହଜାର ୭୪୦ । ଏବେ ସୁଦ୍ଧା ମୋଟ ୩କୋଟି ୫୨ଲକ୍ଷ ୩୭ହଜାର ୪୬୧ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତିି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୪.୨୭ ପ୍ରତିଶତରେ ପହଞ୍ଚିଛି । ଏହା ସହିତ ଟିକାକରଣ ପ୍ରକ୍ରିୟା ମଧ୍ୟ ଦ୍ରୁତ ବେଗରେ ଚାଲିଛି ।
Powered by Froala Editor