୪ ଆଇଏଏସଙ୍କୁ ପଦୋନ୍ନତି
ଭୁବନେଶ୍ୱର :ରାଜ୍ୟର ୧୯୯୧ ବ୍ୟାଚର ୪ ବରିଷ୍ଠ ଆଇଏଏସଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦେଲେ ରାଜ୍ୟ ସରକାର । ସେମାନଙ୍କ ନାମ ହେଉଛି ଅନୁ ଗର୍ଗ, ମଧୁସୂଦନ ପାଢ଼ୀ, ସତ୍ୟବ୍ରତ ସାହୁ ଏବଂ ବିଜୟ ଆରୋରା ।
ସେହିଭଳି କେନ୍ଦ୍ରୀୟ ଡେପୁଟେସନରେ ଥିବା ୨ ଆଇଏଏସଙ୍କ ମଧ୍ୟ ପଦୋନ୍ନତି ଦିଆଯାଇଛି । ଆଇଏଏସ୍ ଜି.ଶ୍ରୀନିବାସ ଓ ଆରତି ଆହୁଜାଙ୍କୁ ମଧ୍ୟ ପଦୋନ୍ନତି ହୋଇଛି । ଏନେଇ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
Powered by Froala Editor