ଏମିତି କରନ୍ତୁ ରୁପି ସମସ୍ୟାରୁ ମୁକ୍ତି ପାଇବେ
ଶୀତଦିନରେ ପ୍ରାୟତଃ ମହିଳା ପୁରୁଷ ସମସ୍ତଙ୍କ କ୍ଷେତ୍ରରେ ଦେଖାଯାଇଥାଏ ରୁପି ସମସ୍ୟା । ଏହି ଦିନରେ ଡ଼ଷ୍ଟ ସହ ଶୀତ ପ୍ରକୋପ ବଢ଼ିବା ସହ ଶୁଷ୍କ ତ୍ୱଚା ପାଇଁ ଏହି ସମସ୍ୟା ଉପୁଜିଥାଏ । ଏହାର ଠିକ ସମୟରେ ଉଚିତ ଉପଚାର ନକରିବା ଦ୍ୱାରା ଏହାର ଅତ୍ୟଧିକ ପ୍ରଭାବ ବଢ଼ିଥାଏ । ରୁପି ହେବା ଦ୍ୱାରା ସାଧାରଣତଃ ମୁଣ୍ଡ କୁଣ୍ଡେଇ ହେବା ସହ ଚୁଟି ଉପୁଡ଼ିଥାଏ । ତେବେ ଏହି ସମସ୍ୟା ବଢ଼ିଲେ ଲୋକେ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତି ଓ ଦାମୀ ମେଡ଼ିସିନ ବ୍ୟବହାର କରନ୍ତି । ତେବେ ଚାଲନ୍ତୁ ଜାଣିବା ବିନା ଖର୍ଚ୍ଚରେ ଘରୋଇ ଜିନିଷ ବ୍ୟବହାର କରି କିପରି ଆମେ ଗୋଟିଏ ଥରରେ ଫରକ ଅନୁଭବ କରିପାରିବା ।
ରୁପିକୁ ଦୂରେଇବାକୁ ନଡ଼ିଆ ତେଲ ଓ ଲେମ୍ବୁ ହେଉଛି ସବୁଠୁ ବଢ଼ିଆ ଜିନିଷ। ଏହାକୁ ଲଗେଇଲେ ତାଳୁ ପୂରା ସଫା ହୋଇଯିବ। ରୁପି ସମସ୍ୟାରୁ ମୁକ୍ତି ପାଇଁ ଅଧ କପେ ନଡ଼ିଆ ତେଲ ନିଅନ୍ତୁ। ଆପଣ ଚାହିଁଲେ ଏହାକୁ ସାମାନ୍ୟ ଉଷୁମ କରିପାରିବେ। ଏହି ତେଲରେ ୨ ବଡ଼ ଚାମଚ ଲେମ୍ବୁ ରସ ମିଶାଇ ଗୋଳେଇ ଦିଅନ୍ତୁ। ଏହାକୁ ମୁଣ୍ଡରେ ଭଲ ଭାବେ ଘଷନ୍ତୁ। ଧ୍ୟାନ ରଖିବେ ଯେମିତି ତେଲ ଚୁଟି ମୂଳରେ ଲାଗୁଛି। ସବୁ ଚୁଟିରେ ତେଲ ଲଗାଇ ସାରିବା ପରେ ୧ ଘଣ୍ଟା ସେମିତି ଛାଡ଼ି ଦିଅନ୍ତୁ। ତା ପରେ ଚୁଟିକୁ ସାମ୍ପୋ କରି ଦିଅନ୍ତୁ। ସପ୍ତାହକୁ ୨ ଥର ଏମିତି କରନ୍ତୁ, ଦେଖିବେ ସବୁ ରୁପି ସଫା ହୋଇଯିବେ।
ନଡ଼ିଆ ତେଲରେ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ରହିଛି, ଯାହା ରୁପି ସମସ୍ୟା ଦୂର କରେ। ସେହି ଭଳି ଲେମ୍ବୁ ଚୁଟି ମୂଳରୁ ଅତିରିକ୍ତ ତେଲ ଓ ମଇଳାକୁ ସଫା କରେ। ଏହି ଦୁଇଟି ଜିନିଷକୁ ଏକାଠି ମିଶାଇ ଲଗାଇଲେ ଚୁଟି ମୂଳ ସଫା ହେବା ସହ ଚୁଟି ଭଲ ବଢ଼ିବ ମଧ୍ୟ।
Powered by Froala Editor