ନନ୍ ଦୁଷ୍କର୍ମ ମାମଲାରେ ଦୋଷ ମୁକ୍ତ ହେଲେ ବିସପ୍ ଫ୍ରାଙ୍କୋ ମୁଲକ୍କଲ୍
ନନ୍ ଦୁଷ୍କର୍ମ ମାମଲାରେ କୋଟ୍ଟାୟାମ୍ ଆଡିସ୍ନାଲ୍ ସେସନ୍ସ୍ କୋର୍ଟ ବିସପ୍ ଫ୍ରାଙ୍କୋ ମୁଲକ୍କଲ୍ଙ୍କୁ ଦୋଷମୁକ୍ତ କରିଛନ୍ତି । ପ୍ରାୟ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଏହି ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ବିସପ୍ ଫ୍ରାଙ୍କୋ କୋର୍ଟଙ୍କ ରାୟ ପରେ ଖୁବ୍ ଖୁସି ବ୍ୟକ୍ତି କରିଛନ୍ତି। ଏପରିକି ରାୟ ପ୍ରକାଶ ପାଇବା ସମୟରେ କୋର୍ଟରୁ ବାହାରି ଭଗବାନଙ୍କୁ ଧନ୍ୟବାଦ ଜଣାଇଥିଲେ।
ନନ୍ଜଣକ ନିଜ ଅଭିଯୋଗରେ ଦର୍ଶାଇଥିଲେ ଯେ, ୨୦୧୪ ମସିହା ମେ ୫ ତାରିଖରେ ବିସପ୍ ଫ୍ରାଙ୍କୋ କୁରଭିଲାଙ୍ଗ କନଭେଣ୍ଟ ପରିଦର୍ଶନରେ ଆସିଥିଲେ। ସେଠାରେ ନିଜ ରାତ୍ର ରହଣି ସମୟରେ ସେ ନିଜ ରୁମ୍କୁ ଡାକି ତାଙ୍କୁ ଦୁଷ୍କର୍ମ କରିଥିଲେ। ୨୦୧୪ରୁ ୨୦୧୬ ମସିହା ମଧ୍ୟରେ ବିସପ୍ ଜଣକ ତାଙ୍କୁ ୧୬ ଥର ଦୁଷ୍କର୍ମ କରିଥିବା ନନ୍ଜଣକ ନିଜ ଅଭିଯୋଗରେ ଦର୍ଶାଇଥିଲେ। ଏନେଇ ନନ୍ଜଣକ ଅଭିଯୋଗ କରିବା ପରେ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ଏପରିକି ବିଭିନ୍ନ ମହଲରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯିବା ପରେ ୨୦୧୮ ମସିହାରେ ସମ୍ପୃକ୍ତ ବିସପ୍ ଙ୍କୁ ଗିରଫ କରାଯାଇଥିଲା।
ମାତ୍ର ନନ୍ଙ୍କ ସମସ୍ତ ଅଭିଯୋଗକୁ ବିସପ୍ ମୁଲ୍ଲକଲ ସମ୍ପୂର୍ଣ୍ଣ ଖଣ୍ଡନ କରିଥିଲେ। ଏପରିକି ଉକ୍ତ ରାତିରେ କୁରଭିଲାଙ୍ଗ କନଭେଣ୍ଟରେ ରହିବା ଖବରକୁ ମଧ୍ୟ ସେ ମିଥ୍ୟା ବୋଲି କହିଥିଲେ। ଏପରିକି ସେ ଉକ୍ତ କନଭେଣ୍ଟ ପରିଦର୍ଶନ କରିବାକୁ ଯାଇଥିବା ବେଳେ ରାତିରେ ଅନ୍ୟ ଏକ କନଭେଣ୍ଟରେ ରହିଥିବା କହିଥିଲେ।
ଏହାପଛର କାରଣ କହିବାକୁ ଯାଇ ବିସପ୍ କହିଥିଲେ, ସମ୍ପୃକ୍ତ ନନ୍ଙ୍କର ଅନ୍ୟ ଜଣେ ମହିଳାଙ୍କ ସ୍ୱାମୀଙ୍କ ସହ ସମ୍ପର୍କ ଥିବା ବେଳେ ଏନେଇ ମହିଳା ଜଣକ ଅଭିଯୋଗ କରିଥିଲେ। ଫଳରେ ଏହାର ଆଭ୍ୟନ୍ତରିଣ ତଦନ୍ତ ନିର୍ଦ୍ଦେଶ ଦେଇଥିବାରୁ ନନ୍ଜଣକ ଆକ୍ରୋଶମୂଳକ ଭାବେ ତାଙ୍କୁ ଏପରି ମିଥ୍ୟା ଫସାଇଥିବା ସେ ନିଜ ସଫେଇରେ କହିଥିଲେ।
Powered by Froala Editor