ଢିଙ୍କିଆରେ ଲାଠି ଚାର୍ଜ କଲା ପୋଲିସ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଢିଙ୍କିଆରେ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ। ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରକଳ୍ପ ନିମନ୍ତେ ପାନବରଜ ଭଙ୍ଗାଯିବାକୁ ନେଇ କିଛି ଦିନର ନୀରବତା ପରେ ଆଜି ଛୋଟ ପିଲାଙ୍କ ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗ୍ରାମବାସୀ।
ସୂଚନାନୁଯାୟୀ, ପ୍ରକଳ୍ପ ନିମନ୍ତେ ଢ଼ିଙ୍କିଆ ଗ୍ରାମର ପାନବରଜ ଭଙ୍ଗା ହେଉଥିବା ସ୍ଥାନରେ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ତରଫରୁ ଗ୍ରାମର ଚତୁପାର୍ଶ୍ଵରେ ପୋଲିସ ଫୋର୍ସଙ୍କୁ ମୁତୟନ କରାଯାଇଥିଲା। ହେଲେ ଆଜି ପ୍ରକଳ୍ପ ସ୍ଥାନକୁ ଶତାଧିକ ଲୋକ ମାଡ଼ି ଆସିଥିବା ବେଳେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାରୁ ପୋଲିସ ଗ୍ରାମବାସୀଙ୍କ ଉପରକୁ ଲାଠି ଚାର୍ଜ କରିଛି।
Powered by Froala Editor