ସଂକ୍ରମଣ ବଢୁଥିଲେ ବି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆକ୍ରାନ୍ତଙ୍କ ଯିବା ସଂଖ୍ୟା ବହୁତ କମ୍: ସ୍ୱାସ୍ଥ୍ୟ ନିଦେ୍ର୍ଧଶକ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବାବେଳେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ଦ୍ରୁତ ସଂକ୍ରମଣ ଯୋଗୁ ରାଜ୍ୟବାସୀଙ୍କ ମନରେ ଛନକା ପଶିଛି । ରାଜ୍ୟରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ, ଖୁବ୍ କମ୍ ଦିନ ଭିତରେ ଆମେ ପିକକୁ ଛୁଇଁବା ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଡା. ବିଜୟ ମହାପାତ୍ର କହିଛନ୍ତି ।
ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗାଟିଏ ମହାମାରୀରେ ପ୍ରଥମେ ସଂକ୍ରମଣ ବଢିବ, ତା ପରେ କିଛି ଦିନ ସମାନ୍ତରାଳରେ ରହିବ ଓ ପରେ କମିବ । ଏବେ ଦେଶରେ ସଂକ୍ରମଣ ବଢୁଛି, ତେଣୁ ଆମ ରାଜ୍ୟରେ ମଧ୍ୟ ତାହା ବଢିବାରେ ଲାଗିଛି । ତେବେ ସଂକ୍ରମଣ ବଢିଲେ ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆକ୍ରାନ୍ତଙ୍କ ଯିବା ସଂଖ୍ୟା ବହୁତ କମ୍ ରହିଛି ।
ହସ୍ପିଟାଲ ଶଯ୍ୟା ସଂଖ୍ୟା ସ୍ଥିତି ଅନୁଯାୟୀ, ସାଧାରଣ ଶଯ୍ୟା ୬.୫୧ ପ୍ରତିଶତ, ଆଇସିୟୁରେ ୧୨.୫୧ ପ୍ରତିଶତ, କ୍ରିଟିକାଲ କେୟାରରେ ୩.୨୬ ପ୍ରତିଶତ ରୋଗୀ ଅଛନ୍ତି । କେବଳ ଓଡିଶା ନୁହେଁ ଭାରତରେ ମଧ୍ୟ ଡାକ୍ତରଖାନାକୁ ଆକ୍ରାନ୍ତଙ୍କ ଯିବା ସଂଖ୍ୟାକମ୍ ରହିଛି । ତେବେ ଦ୍ୱିତୀୟ ଲହର ତୁଳନାରେ ଡାକ୍ତରଖାନାକୁ ଆକ୍ରାନ୍ତଙ୍କ ଯିବା ସଂଖ୍ୟା ଏବେ ବହୁତ କମ୍ ରହିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ ଅନୁଯାୟୀ ଭିତ୍ତିଭୂମି ବଢାଇବା ଜାରି ରଖିବା ସହ ଔଷଧ, ଅକ୍ସିଜେନ ଓ ଶଯ୍ୟା ପ୍ରସ୍ତୁତ କରି ରଖାଯାଉଛି ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ସୂଚନା ଦେଇଛନ୍ତି ।
Powered by Froala Editor