ଚଷମା ପିନ୍ଧାଇଲେ ଗାଈ ଦେଉଛି ୫ ଗୁଣା ଅଧିକ କ୍ଷୀର
ତୁର୍କୀ: ଚଷମା ପିନ୍ଧାଇଲେ ଗାଈ ଦେଉଛି ୫ ଗୁଣା ଅଧିକ କ୍ଷୀର । ସାଧାରଣତଃ ଏହା ଶୁଣିବାକୁ ଅଖାଡ଼ୁଆ ଲାଗିପାରେ । ବାସ୍ତବରେ ଏହା ସମ୍ଭବ ନୁହେଁ ବୋଲି ଅନେକ ଭାବୁଥିବେ । କିଛି ଜଣ ଏହାକୁ ମଜାକ୍ ବୋଲି ଚିନ୍ତା କରୁଥିବେ । ହେଲେ ଏହା ସତ୍ୟ ଘଟଣା । ତୁର୍କୀର ଜଣେ ଗୋପାଳକ ଏଭଳି ଉପାୟ ଅବଲମ୍ବନ କରି ତାଙ୍କ ପାଳିତ ଗାଈ ଠାରୁ ୫ ଗୁଣ ଅଧିକ କ୍ଷୀର ଉତ୍ପାଦନ କରୁଛନ୍ତି । ଆଉ ଏହାକୁ ବିକ୍ରି କରି ବେଶ୍ ଲାଭବାନ ହୋଇଛନ୍ତି ।
ତୁର୍କୀ ଅକ୍ସାରାୟାର ବାସିନ୍ଦା ଇଜ୍ଜତ କୋକାକ୍ ଗାଈକୁ ଭର୍ଚୁଆଲ ରିଅଲିଟି ଚଷମା ପିନ୍ଧାଇଥିଲେ । ଏହାପରେ ଗାଈ ଅନୁଭବ କଲା ଏକ ବଡ଼ କ୍ଷେତରେ ଚରୁଛି । କିନ୍ତୁ ବାସ୍ତବରେ ସେପରି ନୁହେଁ, ଗୋପାଳକ ଜଣକ ଗାଈଟିକୁ ତାଙ୍କ ଘର ନିକଟ ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ । ସେଠାରେ ଗୋ ଖାଦ୍ୟ ଦେବା ପରେ ଗାଈଟି ଯଥେଷ୍ଟ ଅଧିକ କ୍ଷୀର ଦେଇଥିଲା । ନିକଟରେ ଥିବା ଅନ୍ୟ ଗୋପାଳକମାନେ ଏହା ଜାଣିବା ପରେ ସେମାନେ ମଧ୍ୟ ଉକ୍ତ ପନ୍ଥା ଅପଣାଇଛନ୍ତି । ଆଉ ଦେଖାଯାଉଛି ସବୁ ଗାଈଗୁଡ଼ିକ ପୂର୍ବ ଅପେକ୍ଷା ଅଧିକ କ୍ଷୀର ଦେଉଛନ୍ତି ।
Powered by Froala Editor