ବିଏମସି କାର୍ଯ୍ୟାଳୟରେ ୨୨ କର୍ମଚାରୀ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଏହାରି ଭିତରେ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଖୋର୍ଦ୍ଧାରେ ଭୟଙ୍କର ହେଉଛି କରୋନା ବିସ୍ଫୋରଣ । ରାଜ୍ୟରେ ଦୈନିକ କରୋନା ପଜିଟିଭ୍ଙ୍କ ମଧ୍ୟରୁ ଖୋର୍ଦ୍ଧାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହୁଛି । ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୧୦୦୫୯ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୩୧୮୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧାରେ କରୋନାର ତୃତୀୟ ଲହର ଦ୍ରୁତ ଗତିରେ କାୟା ମେଲାଉଥିବାରୁ ଭୁବନେଶ୍ୱରର ଅନେକ ଅଂଚଳକୁ ବିଏମସି ପକ୍ଷରୁ କଣ୍ଟେନମେଣ୍ଟ ଘୋଷଣା କରାଯାଉଛି ।
ତେବେ ଏହାରି ଭିତରେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି । ବିମଏସି କାର୍ଯ୍ୟାଳୟରେ ୨୨ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଗତକାଲି ଟେଷ୍ଟ କରାଯାଇଥିବା ନମୁନାରୁ ୨୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିପାଇଁ ଅନ୍ୟ ସବୁ କର୍ମଚାରୀଙ୍କ ନମୁନା ପରୀକ୍ଷା କରାଯିବ ବୋଲି କୁହାଯାଇଛି । ବିଏମସି କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିବା ସୂଚନା ମିଳିଛି ।
Powered by Froala Editor