ମାଞ୍ଜା ସୂତାରେ ପୁଣି କଟିଲା ୩ ଯୁବକଙ୍କ ବେକ
ମାଞ୍ଜା ସୂତା ଗୁଡାଇ ହେବାରୁ ଭୁବନେଶ୍ୱରରେ ୩ ଜଣ ଯୁବକ ଗୁରୁତର ହୋଇଛନ୍ତି । ଖଣ୍ଡଗିରି ଥାନା ଡୁମୁଡୁମା ଅଞ୍ଚଳରେ ଘଟିଛି ଅଘଟଣ । ୩ ଯୁବକ ପାଲା ମଣ୍ଡପ ଆଡ଼କୁ ବାଇକ୍ରେ ଆସୁଥିବା ବେଳେ ବେକରେ ଆଘାତ ଲାଗିଛି । ଗାଡ଼ି ଆଉ ଟିକେ ସ୍ପିଡରେ ଥିଲେ ବଡ଼ ଅଘଟଣ ଘଟି ଥାଆନ୍ତା ବୋଲି ଆହତ ଯୁବକମାନେ କହିଛନ୍ତି। ସ୍ଥାନୀୟ ଲୋକେ ଆହତଙ୍କୁ ନିକଟସ୍ଥ ଏକ କ୍ଲିନିକକୁ ନେଇ ପ୍ରାଥମିକ ଚିକିତ୍ସା କରାଇଛନ୍ତି। ମାଞ୍ଜା ସୂତା ଜବତ କରି ତନାଘନା ଚଳାଇଛି ପୁଲିସ୍। ତେବେ କିଏ ଏହି ସ୍ଥାନରେ ସୂତା ଲଗାଇଛନ୍ତି । ତାହା ଜଣାପଡିନି । ଗୁଡି ଉଡାଇବାବେଳେ ଏହି ସୂତା ଛିଣ୍ଡି ଲାଗିଥାଇପାରେ ବୋଲି କୁହାଯାଉଛି ।
Powered by Froala Editor