ଲୋନ୍ ମିଳିଲାନି, ରାଗରେ ବ୍ୟାଙ୍କ ଜାଳିଦେଲା ଯୁବକ
ଋଣ ନିଳିବାରୁ ଜଣେ ଯୁବକ ରାଗରେ ବ୍ୟାଙ୍କରେ ନିଆଁ ଲାଗାଇ ଦେଇଛନ୍ତି। ଫଳରେ ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜନପତ୍ର ନଷ୍ଟ ହୋଇ ଯାଇଛି। ପ୍ରାୟ ୧୨ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ପୁଲିସ କହିଛି । ବ୍ୟାଙ୍କରେ ୫ଟି କମ୍ପ୍ୟୁଟର, ଲାଇଟ୍, ପାସବୁକ ପ୍ରିଣ୍ଟର, କ୍ୟାସ ମେସିନ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ସିସିଟିଭ ଏବଂ ଟଙ୍କା ମଧ୍ୟ ପୋଡ଼ି ପାଉଁଶ ହୋଇଛି। କଣ୍ଣାଟକର ହାଭେରି ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଅଭିଯୁକ୍ତ ଯୁବକ ଜଣକ ରତିହାଲ୍ଲୀ ସହରର ବାସିନ୍ଦା ୱାସିମ ହଜରାଟସାବ ମୁଲ୍ଲା ।
ପୋଲିସ ସୂଚନା ଅନୁସାରେ ଅଭିଯୁକ୍ତ ଜଣଙ୍କ ଲୋନ ନେବା ପାଇଁ ବ୍ୟାଙ୍କରେ ଆବେଦନ କରିଥିଲେ । କିନ୍ତୁ ସେହି ବ୍ୟକ୍ତିଙ୍କ ଡକ୍ୟୁମେଣ୍ଟ ଭେରିଫିକେସନ ପରେ ବ୍ୟାଙ୍କ ତାଙ୍କୁ ଲୋନ ଦେବାକୁ ମନା କରିଦେଇଥିଲା । ଯାହା ଫଳରେ ଅଭିଯୁକ୍ତ ଉତ୍ତ୍ୟକ୍ତ ହୋଇ ବ୍ୟାଙ୍କରେ ନିଆଁ ଲଗାଇ ଦେଇଥିଲେ । ବ୍ୟାଙ୍କରେ ନିଆଁ ଲଗାଇବା ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ କରି ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୪୩୬, ୪୭୭ ଓ ୪୩୫ରେ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି ।
Powered by Froala Editor