ବଢ଼ିବ ବର୍ଷାର ପ୍ରଭାବ, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର: ଆଜିଠାରୁ ବର୍ଷାର ପ୍ରଭାବ ବଢ଼ିବ, ପଞ୍ଚିମ ଝଡ଼ର ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି । ୧୪ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ଅନ୍ୟକେତେକ ସ୍ଥାନରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି ହୋଇଛି । ଏଥିପାଇଁ ଆଜିର ଦିନରେ ବର୍ଷାକୁ ନଜରରେ ରଖି ଓଡ଼ିଶା ପାଣିପାଗ ବିଭାଗ କ୍ଷେତ୍ରରୁ ୧୦ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଭ୍ୟନ୍ତରୀଣ ଓଡିଶାରେ ମଧ୍ୟ ବର୍ଷାର ସମ୍ଭାବନା ରହିଛି ।
୧୨ ତାରିଖରେ କୁଆପଥର ସହ ବର୍ଷା ନେଇ ୧୦ଟି ଜିଲ୍ଲା, ୧୩ ତାରିଖରେ ୧୨ଟି ଓ ୧୪ ତାରିଖରେ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହି ସମୟ ମଧ୍ୟରେ କେତେକ ସ୍ଥାନରେ ପ୍ରବଳ ବର୍ଷିପାରେ । ୧୫ ତାରିଖରୁ କମିବ ବର୍ଷାର ପରିମାଣ । ବର୍ଷା ଯୋଗୁ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଛି।
Powered by Froala Editor