ପୁଣି ଭିଜିଲାନ୍ସ ଜାଲରେ ସରକାରୀ
ବାରିପଦା: ଗୋଟିଏ ପରେ ଗୋଟିଏ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ଫଶୁଛନ୍ତି । ତେବେ ଆଜି ଆଉ ଜଣେ ସରକାରୀ ବାବୁ ଆଜି ଭିଜିଲାନ୍ସ ଜାଲରେ ପଡିଛନ୍ତି । ମୟୂରଭଞ୍ଜ ଜିଲ୍ଲାର କାର୍ଯ୍ୟରତ ପୋଲିସ୍ କନଷ୍ଟେବଳଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ଚଢଉ କରିଛି । ଆଉ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ କବଳରେ କନଷ୍ଟେବଳ ନୀହର ରଞ୍ଜନ ଦଣ୍ଡପାଟ ।
ଭିଜିଲାନ୍ସର ୬ଟି ଟିମରେ ୩୫ଜଣ ଅଫିସର ୬ଟି ଜାଗାରେ ଚଢଉ କରୁଥିବା ସୂଚନା ମିଳିଛି । ଭିଜିଲାନ୍ସ ପକ୍ଷରୁ ତାଙ୍କର ପୈତୃକ ଘର, ଶ୍ୱଶୁର ଘର, ନିଜସ୍ୱ ଘର, ବ୍ୟବସାୟ ପ୍ରତିଷ୍ଠାନରେ ଏକକାଳୀନ ଚଢଉ ଜାରି ରହିଛି ।
ନୀହାରଙ୍କ ପରିବାର ନାଁ’ରେ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ରହିଥିବା ବେଳେ ଅନେକ ଚାରିଚକଆ ଓ ଦୁଇ ଚକିଆ ଗାଡି ମଧ୍ୟ ରହିଛି । ବାରପଦା ସହରର ଭଞ୍ଜପୁର ଠାରେ ଥିବା ଏକ ୩ମହଲା କୋଠା, ଗୋଟିଏ ଦୋକାନ ଘର, ପୈତୃକ ଗାଁ’ ଘରେ ଚଢାଉ ଜାରି ରହିଥିବା ସୂଚନା ମିଳିଛି ।
Powered by Froala Editor