ଏଣିକି ୪୩ ବର୍ଷ ଯାଏ ସରକାରୀ ଚାକିରି ପାଇଁ ଆବେଦନ କରିପାରିବେ ମହିଳା
କ୍ୟାବିନେଟ୍ର ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଓଡ଼ିଶା ସରକାରଙ୍କ ଚାକିରିରେ ବୟସ ସୀମାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହା ୩୨ ବର୍ଷ ରହିଥିବା ବେଳେ ଏହାକୁ ୩୮ ବର୍ଷକୁ ବୃଦ୍ଧି କରାଯାଇଛି । ଏସ୍ସି, ଏସ୍ଟି ଏବଂ ଓବିସିଙ୍କ ପାଇଁ ଅତିରିକ୍ତ ୫ ବର୍ଷ କୋହଳ କରାଯାଇଛି । ସେହିପରି ମହିଳାଙ୍କ ପାଇଁ ମଧ୍ୟ ୫ ବର୍ଷ କୋହଳ କରାଯାଇଛି । ଅର୍ଥାତ୍ ମହିଳାମାନେ ୪୩ ବର୍ଷ ପର୍ଯ୍ୟନ୍ତ ଚାକିରି ପାଇଁ ଆବେଦନ କରିପାରିବେ ।
ଏହାସହ ୫ଟି ମେଗା ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ସମ୍ବଲପୁର ଜିଲ୍ଲାର ବିଭିନ୍ନ ପାନୀୟ ପ୍ରକଳ୍ପ ସହ ମୟୂରଭଞ୍ଜ ଜିଲ୍ଲାର ୩ଟି ବ୍ଲକକୁ ପାନୀୟ ଜଳ ପ୍ରକଳ୍ପରେ ମୋହର ବାଜିଛି । ମୟୁରଭଞ୍ଜ କପ୍ତିପଦା ବ୍ଲକ୍ର ୧୫୫ ଗ୍ରାମକୁ ପାନୀୟ ଜଳ ମିଳିବା ସହିତ ଶ୍ୟାମାକୁଦା ଓ ବାରିପଦା ବ୍ଲକ୍ର ୨୨୨ ଗ୍ରାମକୁ ପାନୀୟ ଜଳ ସୁବିଧା ମିଳିବ । ଭୁବନେଶ୍ୱର ଆଇଆଇଟିକୁ ୬୧୮ ଏକର ୬୬ ଡେସିମିଲ୍ ଜମି ଯୋଗାଇ ଦିଆଯିବା ନେଇ କ୍ୟାବନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ଜମି ବିନା ମୂଲ୍ୟରେ ଯୋଗାଇ ଦିଆଯିବ । ସେହିପରି OPSC ଜରିଆରେ ଅବକାରୀ ବିଭାଗର DSPଙ୍କୁ ନିଯୁକ୍ତି ଦିଆଯିବା ନେଇ ଜଣାପଡ଼ିଛି ।
Powered by Froala Editor