ବାଚସ୍ପତି ନେଲେ ବୁଷ୍ଟର ଡୋଜ
ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ବୁଷ୍ଟର ଡୋଜ ଟୀକାକରଣ । ପ୍ରାଥମିକତା ଭିତ୍ତିରେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ଏହି ଟିକା ନେଇଥିବା ଜଣାପଡ଼ିଛି । ତାଙ୍କୁ ବିଧାନସଭା ସ୍ବାସ୍ଥ୍ୟ କେନ୍ଦ୍ରରେ ଏହି ଡୋଜ ଦିଆଯାଇଥିବା ସୂଚନା ମିଳିଛି ।
ସାରା ରାଜ୍ୟରେ ବୁଷ୍ଟର ଡୋଜକୁ ପ୍ରଥମ ପର୍ୟ୍ୟାୟରେ ସମ୍ମୁଖ ଯୋଦ୍ଧା, ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ନର୍ସ ମାନଙ୍କୁ ଦିଆଯାଉଛି । ରାଜ୍ୟରେ କୋରୋନା ସଂକ୍ରମଣ ହୁ ହୁ ବଢି ଚାଲିଥିବା ବେଳେ ଏହି ବୁଷ୍ଟର ଡୋଜ ପାଇଁ ସରକାର ଘୋଷଣା କରିଥିଲେ । ଆଜିଠୁ ରାଜ୍ୟରେ ମୋଟ ୧୭ ଲକ୍ଷ ୫୨ ହଜାର ୮୩୮ ଲୋକ ପ୍ରିକସନ ଟିକା ନେବାକୁ ଥିବା ବେଳେ ପ୍ରାଥମିକତା ଭିତ୍ତିରେ ସ୍ବାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ ବୟସରୁ ଊର୍ଦ୍ଧ୍ବଙ୍କୁ ଏହି ଟିକା ଦିଆଯିବ ।
Powered by Froala Editor