ମାଡିଆସିଲାଣି ଡେଲ୍ଟାକ୍ରନ
![ମାଡିଆସିଲାଣି ଡେଲ୍ଟାକ୍ରନ](https://odishanewslens.com/news_gallery/9686_1641810354.jpg)
ଭୁବନେଶ୍ୱର: ବଢୁଛି କରୋନା ସଂକ୍ରମଣ, କାୟା ମେଲାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ବିଶ୍ୱରେ ତାଣ୍ଡବ ରଚୁଥିବାବେଳେ ଆଉ ଏକ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । ସାଇପ୍ରସରେ ‘ଡେଲ୍ଟାକ୍ରନ’ ନାମକ କରୋନା ଭାଇରସର ନୂଆ ଭାରିଆଣ୍ଟ ମିଳିଛି । ଡେଲ୍ଟାକ୍ରନ ଭାରିଆଣ୍ଟରେ ଉଭୟ ଡେଲ୍ଟା ଓ ଓମିକ୍ରନ ଭାରିଆଣ୍ଟର ମୁ୍ୟଟେସନ୍ ଦେଖାଯାଇଛି । ଓମିକ୍ରନ ଭାରିଆଣ୍ଟର ୧୦ଟି ମୁ୍ୟଟେସନ ଏହି ନୂଆ ଭାରିଆଣ୍ଟରେ ରହିଛି । ତେବେ ଏହା ଓମିକ୍ରନଠାରୁ କମ୍ ଭୟାବହ ବୋଲି ସେଠାକାର ବିଶେଷଜ୍ଞମାନେ କହିଛନ୍ତି ।
ସାଇପ୍ରସରେ ବର୍ତ୍ତମାନ ସୁଦ୍ଧା ମୋଟ ୨୫ଟି ଡେଲ୍ଟାକ୍ରନ ମାମଲା ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ୧୧ଜଣ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିସôିତ ହେଉଥିଲେ । ଅନ୍ୟ ୧୪ଜଣ ସାଧାରଣ କୋଭିଡ୍-୧୯ ସଂକ୍ରମିତ ହୋଇଥିବା ଜଣାପଡିଛି ।
Powered by Froala Editor