୧୫୦ କୋଟି ଟପିଲା ଟିକାକରଣ, ଶୁଭେଚ୍ଛା ଜଣାଇଲେ ମୋଦୀ
ଦେଶରେ ୧୫୦କୋଟି ଟପିଲା ଟିକାକରଣ । ଶୁକ୍ରବାର ଦିନ ୨ଟା ସୁଦ୍ଧା ଦେଶରେ ୧୫୦ କୋଟିରୁ ଅଧିକ ପାନ ଟିକାଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିପାଇଁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ନୂତନ ବର୍ଷର ପ୍ରଥମ ସପ୍ତାହ ତଥା ପ୍ରଥମ ମାସରେ ଦେଶ ଏହି ସଫଳତା ହାସଲ କରିଛି ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶରେ ଶୁକ୍ରବାର ସୁଦ୍ଧା ୧୫୦କୋଟି ୨ ଲକ୍ଷ ୯୭ ହଜାର ୨୫୯ ଭ୍ୟାକସିନ୍ ଡୋଜ ଦିଆସରିଛି । ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି, ୧୫ରୁ ୧୮ ବର୍ଷ କିଶୋରଙ୍କ ଟିକାକରଣରୁ ଦେଶ ନୂଆ ବର୍ଷର ଆରମ୍ଭ କରିଥିଲା। ଆଜି ବର୍ଷର ପ୍ରଥମ ସପ୍ତାହରେ ଭାରତ ୧୫୦ କୋଟି ଭ୍ୟାକସିନ୍ ପ୍ରଦାନ କରି ଐତିହାସିକ ସଫଳତା ହାସଲ କରିଛି। ଏହାସହ ମୋଦି କହିଛନ୍ତି, ଆଜି ଭାରତର ବୟସ୍କ ଜନସଂଖ୍ୟାର ୯୦ ପ୍ରତିଶତରୁ ଅଧିକ ଲୋକେ କରୋନା ଭ୍ୟାକସିନ୍ର ପ୍ରଥମ ଡୋଜ ନେଇସାରିଛନ୍ତି । ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ମୋଦି ବିଶେଷ କରି ଦେଶର ବୈଜ୍ଞାନିକ, ଟିକା ନିର୍ମାତା ଏବଂ ସ୍ବାସ୍ଥ୍ୟ କ୍ଷେତ୍ର ସହ ଜଡିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
Powered by Froala Editor