ଆଜି ଦେଶରେ କରୋନା ପଜିଟିଭ୍ ଲକ୍ଷେ ପାର୍
ନୂଆଦିଲ୍ଲୀ: ଦେଶରେ ଉପରମୁହାଁ ହେଲାଣି କରୋନା ଗ୍ରାଫ । ଗତ କିଛି ଦିନ ହେବ ଦୈନିକ ସଂକ୍ରମଣ ଓ ମୃତୁ୍ୟ ସଂଖ୍ୟାରେ ସାମାନ୍ୟ ବ୍ରେକ୍ ଲାଗଥିଲା କିନ୍ତୁ ବର୍ତ୍ତମାନ ପୁଣି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗତ ୨୪ଘଣ୍ଟାରେ ଦେଶରେ ୧ଲକ୍ଷ ପାର୍ କରିଛି ଦୈନିକ ସଂକ୍ରମଣ । ଆଜି ଦେଶରେ ୧ଲକ୍ଷ ୧୭ହଜାର ୧୦୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭ୍ ହାର ୭.୭୪ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ସାପ୍ତାହିକ ପଜିଟିଭ୍ ହାର ୨.୦୫ ପ୍ରତିଶତରୁ କମ୍ ରହିଛି ।
ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୪ଲକ୍ଷ ମୁହାଁ ହୋଇଛଚି । ଦେଶରେ ସକ୍ରିୟ ମାମଲା ରହିଛି ୩ଲକ୍ଷ ୭୧ହଜାର ୩୬୩ ରହିଛି ଓ ଏବେ ସୁଦ୍ଧା ମୋଟ ୩କୋଟି ୪୩ଲକ୍ଷ ୭୧ହଜାର ୮୪୫ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତିି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Powered by Froala Editor