ଦିନବେଳା ନିଦ ଲାଗୁଛି କି?
ଆମେ ଭାରତୀୟମାନେ ଦିନବେଳା ଭାତ, ଡାଲି, ତରକାରୀ ଖାଇଥାଉ । ଭାତ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିବା ସହ ଅନେକ ପୋଷକ ତତ୍ତ୍ୱ ମିଳିଥାଏ । ଭାରତୀୟଙ୍କ ରୋଗପ୍ରତିରୋଧକ ଶକ୍ତି ବଢିବା ପଛର ରହସ୍ୟ ଜାଣିିବାକୁ ୟୁରୋପୀୟ ଗବେଷକମାନେ ଅନୁଧ୍ୟାନ କଲେ । ୨ବର୍ଷ ୯ମାସ ଗବେଷଣା କରିବା ପରେ ଗବେଷକ ମତ ଦେଇଥିଲେ, ପ୍ରତିଦିନ ଭାତ ଖାଇବା ଭାରତୀୟଙ୍କ ଶକ୍ତି ବଢିବାର ପ୍ରମୁଖ କାରଣ । ଏହି ତଥ୍ୟକୁ ଆଧାର କରି କେତୋଟି ୟୁରୋପୀୟ କମ୍ପାନୀ ଦ୍ୱିପହର ଭୋଜନରେ ସେଠିକା କର୍ମଚାରୀଙ୍କୁ ନିୟମିତ ଭାବେ ଭାତ ଖାଇବାକୁ ପରାମର୍ଶ ଦେଲା । ସୁସ୍ଥ ଜୀବନ ଅତିବାହିତ ସହିତ ଶରୀରରେ ଶକ୍ତି ବଢାଇବାକୁ କର୍ମଚାରୀମାନେ ଭାତ ଓ ଅନ୍ୟାନ୍ୟ ବ୍ୟଞ୍ଜନ ମିଶାଇ ଖାଇଲେ । ୪୫%ରୁ ଅଧିକ ଲୋକ ଭାତ ଖାଇବା ପରେ ଦିନବେଳା ନିଦ ଲାଗୁଥିବା ଅଭିଯୋଗ ଆଣିଲେ । ପୁଣି ଗବେଷକଙ୍କ ଅନୁଧ୍ୟାନ ଆରମ୍ଭ ହେଲା । ଦିନବେଳା ଭାତ ଖାଇ ଏପରି ସମସ୍ୟା ଉପୁଜୁଥିବା ଗବେଷକ କହିଲେ । ଏମାନଙ୍କ ପାଇଁ ଅନ୍ୟ ଉପାୟ ପାଞ୍ଚିଲେ,
- କର୍ମଚାରୀଙ୍କୁ ପ୍ରଥମେ ବ୍ରାଉନ ରାଇସ୍ ଖାଇବାକୁ ପରାମର୍ଶ ଦେଲେ ଗବେଷକ । କାରଣ ବ୍ରାଉନ ରାଇସରେ ଷ୍ଟାର୍ଚ୍ଚ ଓ କାର୍ବ କମ୍ ପରିମାଣରେ ଥିବାରୁ ତାହା ଶୀଘ୍ର ହଜମ ହୋଇଥାଏ ।
-ଯଦି ଭାତ ଖାଉଛନ୍ତି,ତେବେ ଖାଇବା ପରେ ଗ୍ରୀନ ଟି ପିଅନ୍ତୁ । ଗ୍ରୀନ ଟି ପିଇଲେ ମଧ୍ୟ ଭାତ ଶୀଘ୍ର ହଜମ ହୁଏ । ନିଦ ମଧ୍ୟ ଲାଗିନଥାଏ
-ଭାତ କିମ୍ବା ଅନ୍ୟ କିଛି ଖାଇଲେ ଯଦି ଦିନବେଳା ନିଦ ଲାଗୁଛି, ଭୋଜନ ପରେ ପାନମଧୁରୀ ଖାଇବାକୁ ମଧ୍ୟ ଗବେଷକମାନେ ପରାମର୍ଶ ଦେଇଥିଲେ ।
-ବିଶେଷମାନେଜ୍ଞ ଆହୁରି ମଧ୍ୟ କହିଛନ୍ତି, ଦିନବେଳା ନିଦ ଲାଗିବା ସେଭଳି ବଡ ସମସ୍ୟା ନୁହେଁ । ୧୦-୧୫ମିନଟରୁ ଅଧିକ ସମୟ ଶୋଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ଯଦି ଆପଣଙ୍କୁ ଦିନରେ ନିଦ ଲାଗୁଛି, ଆପଣ ଏହି ସବୁ ଉପାୟ ଆପଣାନ୍ତୁ ।
Powered by Froala Editor