ଶକ୍ତି ବଢ଼ାଇଲା ଦକ୍ଷିଣ-କୋରିଆ: ହାଇପରସୋନିକ ମିସାଇଲର ସଫଳ ପରୀକ୍ଷଣ
ଦକ୍ଷିଣକୋରିଆ ତାର ଦ୍ୱିତୀୟ ହ୍ବାସଙ୍ଗ-୮ ହାଇପରସୋନିକ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଥିବା ଦାବି କରିଛି। ବୁଧବାର ଏହି ପରୀକ୍ଷଣ ହୋଇଥିଲା। ଦକ୍ଷିଣ-କୋରିଆର ସରକାରୀ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଗତ ବୁଧବାର ଦିନ ଆକାଡେମୀ ଅଫ ଡିଫେନ୍ସ ସାଇନ୍ସ ପକ୍ଷରୁ ଦକ୍ଷିଣ ଚୀନ ସାଗରରେ ଏହି ହାଇପରସୋନିକ ମିସାଇଲର ସଫଳ ପରୀକ୍ଷଣ କରାଯାଇଥିଲା ।
ହାଇପରସୋନିକ ଅସ୍ତ୍ର ଶବ୍ଦର ୫ ଗୁଣା ଅଧିକ । ଏହି କ୍ଷେପଣାସ୍ତ୍ର ୭୦୦ କିଲୋମିଟର ( ୪୩୫ ମାଇଲ) ଦୂରରେ ଲକ୍ଷ ଅନୁସନ୍ଧାନ କରିପାରୁଥିବା ବେଳେ ଟୀର୍ଗେଟ ଦିଗରେ ୧୨୦ କିଲୋମିଟର ପର୍ଯ୍ୟନ୍ତ ପାର୍ଶ୍ୱ ଗତି କରିଥିଲା। ପରୀକ୍ଷଣ କାଳରେ କ୍ଷେପଣାସ୍ତ୍ର ଉଡାଣ ନିୟନ୍ତ୍ରଣ ଓ ସ୍ଥିରତା ପୁଷ୍ଟି ହୋଇପାରିଥିବାବେଳେ ଶୀତ ଋତୁରେ ଏହାର ଇନ୍ଧନ କ୍ୟାପସୁଲର ମଧ୍ୟ କାର୍ଯ୍ୟକ୍ଷମତାକୁ ପ୍ରମାଣିତ କରିଥିବା କୁହାଯାଇଛି। ତେବେ ଉତ୍ତରକୋରିଆ ଏତେ ଉଚ୍ଚ ବୈଷୟିକ ଜ୍ଞାନ କୌଶଳର ଅସ୍ତ୍ରଶସ୍ତ୍ର ତିଆରିପାରିବ କି ନା ସେ ନେଇ ଏବେବି ସନ୍ଦେହ ଥିବା ବେଳେ ଏପରି ସାମରିକ ଅସ୍ତ୍ରଶସ୍ତ୍ର ରାଷ୍ଟ୍ରପତି କିମ ଜୋଙ୍ଗ ଉନଙ୍କ ସୈନ୍ୟ ସମ୍ପତ୍ତି ବିକାଶ ଲାଗି ଏକ ଲକ୍ଷ୍ୟ ଥିଲା ବୋଲି କୁହାଯାଇଛି।
କୋରିଆ ସରକାରୀ ସମ୍ବାଦ ସରବରାହ ସଂସ୍ଥା ସେଣ୍ଟ୍ରାଲ ନ୍ୟୁଜ୍ ଏଜେନ୍ସୀ ଏହି ପରୀକ୍ଷଣର ଫଳାଫଳରେ ଶାସକ ୱାର୍କର୍ସ ପାର୍ଟିର କେନ୍ଦ୍ରୀୟ କମିଟି ସନ୍ତୋଷ ବ୍ୟକ୍ତ କରିଥିବା କହିଛି।
Powered by Froala Editor